ମାଟି ଅତଡା ଖସି ଜଣେ ଶ୍ରମିକ ମୃତ, ଅଳ୍ପକେ ବର୍ତ୍ତିଲେ ୪ ଶ୍ରମିକ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): କାମାକ୍ଷାନଗର ଅର୍ନ୍ତଗତ ଆଳତୁମା ଗାଁରେ ନିର୍ମାଣଧୀନ କୂଅରୁ ଦୀର୍ଘ ୫ ଘଣ୍ଟାର ଉଦ୍ୟମ ପରେ ଜଣେ ଶ୍ରମିକଙ୍କୁ ମାଟି ଭିତରୁ ଉଦ୍ଧାର କରାଯାଇଛି । ମୃତ ଶ୍ରମିକ ଜଣଙ୍କ କାମାକ୍ଷାନଗର ଏନଏସି ଅନ୍ତର୍ଗତ ଦିଗୋଡିଆ ସାହିର ଧୂଳିଆ ମଲ୍ଲିକ । ସୂଚନା ଅନୁଯାୟୀ, ଧୂଳିଆ ନିଜର ୪ଜଣ ସହଯୋଗୀ ଶ୍ରମିକଙ୍କ ସହିତ ଆଳତୁମା ଗାଁ ପାଖ ରେଲୱେ ଷ୍ଟେସନ ରୋଡ଼ ପାର୍ଶ୍ବରେ ଥିବା ସାରଙ୍ଗଧର ପରିଡାଙ୍କ ଘର ପାଖରେ ଥିବା ଏକ କୂଅରେ ନନ୍ଦ ବସାଉଥିଲେ ।

ହଠାତ ମାଟି ଅତଡା ଖସି ପଡିବାରୁ ଧୂଳିଆ ମାଟି ଭିତରେ ଫସି ଯାଇଥିଲେ । ଅଳ୍ପକେ ଅନ୍ୟ ୪ ଜଣ ଶ୍ରମିକ ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଏକ ଜେସିବି ମେସିନ ସାହାର୍ୟ୍ୟରେ ମାଟି ଭିତରୁ ଧୂଳିଆଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।ଏକ ଟନେଲ ଖୋଳା ଯାଇ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ମୃତଦେହକୁ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’