Masthead

ମଣିଷ ଖିଆ ବାଘ ଯୋଗୁଁ ଲୋକେ ଭୟଭୀତ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ନୂଆପଡ଼ାରେ ବାଘ ଆତଙ୍କ । ମଣିଷ ଖିଆ ବାଘ ଯୋଗୁଁ ଲୋକେ ଭୟଭୀତ । କେତେବେଳେ ମଣିଷ ମାରି ଖାଉଛି ତ କେତେବେଳେ ଗାଇ ବାଛୁରୀ ମାରି ଖାଉଛି ବାଘ । ବାଘ ଭୟରେ ଲୋକେ ଘରୁ ବାହାରିବା ବି ବନ୍ଦ କରି ସାରିଲେଣି ।

ନୂଆପଡ଼ା ସୁନାବେଡାରେ ମଣିଷ ଖିଆ ବାଘ ଆତଙ୍କ । ୩ ଦିନ ଧରି ଆତଙ୍କ ଖେଳାଇଛି ବାଘ । ସୋମାବାର ଜଣେ ବୃଦ୍ଧାଙ୍କୁ ତାଙ୍କ ଘରବାଡିରୁ ଭିଡି ନେଇ ମାରି ଦେଇଥିଲା ବାଘ । ମଙ୍ଗଳବାର ରାମସିଂ ମାଝୀଙ୍କ ଗୁହାଳରୁ ବାଛୁରୀକୁ ଝାମ୍ପି ନେଇଛି ।ନୂଆପଡ଼ାର ସୁନାବେଡା, ସୋସେଙ୍ଗ , ଧରମବନ୍ଧା, ଆମାନାରା ଅଞ୍ଚଳରେ ଏବେ ଆତଙ୍କ ଖେଳାଇଛି ମଣିଷ ଖିଆ କଲରାତରିଆ ବାଘ। ବାଘ ଭୟରେ ସନ୍ଧ୍ୟା ନ ହେଉଣୁ ତାଟିକବାଟ ପଡି ଯାଉଛି। ଲଘୁ ବନଜାତ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉ ଥିବା ଲୋକଙ୍କ ଜୀବିକା ଏବେ ପ୍ରଭାବିତ ହୋଇଛି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ଲଗାଇଛି ସିସିଟିଭି । ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସୁନାବେଡା ଅଭୟାରଣ୍ୟ ବାଘ ପାଇଁ ଅଭୟ ପରିବେଶ ପାଲଟି ଥିବା ବେଳେ ଭିନ୍ନ ଭିନ୍ନ ଜାଗାରେ ବାଘ ଦେଖା ଯାଉଥିବାରୁ ବନ ଵିଭାଗ ବି ନାକେଦମ ହେଲାଣି। ଥରେ ମଣିଷ ମାରି ଥିବା ବାଘ ପୁଣି ଯେ ଗାଁ ମୁହାଁ ନ ହେବ ଏ କଥାକୁ ଏଡାଇ ଦେଇ ହେବନି। ଶୀଘ୍ର ବନ୍ୟ ପ୍ରାଣୀ ବିଭାଗ ବାଘ ଉପରେ ନଜର ରଖି ଜଂଗଲ ଭିତରକୁ ଘଉଡ଼ାଇଲେ ଲୋକେ ସୁରକ୍ଷିତ ମଣିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI