Masthead

ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍

ରାୟଗଡା (ବଡ଼ ଖବର ବ୍ୟୁରୋ): ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍। ଆର୍ଥିକ ଅନିୟମିତତା ଅଭିଯୋଗରେ ଚଢାଉ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପସ୍ MD ତାରିଣୀ ପ୍ରସାଦ ତ୍ରୀପାଠୀଙ୍କ ଜିଲୁଣ୍ଡି ବାସଭବନରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଛି। ତାଙ୍କ ବିରୋଧରେ ପ୍ରାୟ ୭୦ ଲକ୍ଷ ଟଙ୍କା ଆର୍ଥିକ ହେରଫେର ଅଭିଯୋଗ ହୋଇଛି। ଆଜି ସକାଳୁ ସକାଳୁ ଭିଜିଲାନ୍ସର ଟିମ୍ ଏହି ଚଢାଉ କରୁଛି । ଲ୍ୟାମ୍ପସର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା ।

ପାଖାପାଖି ୭୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଲ୍ୟାମ୍ପସରେ ଅନିୟମିତତା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷୀମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବିଭାଗ ତଦନ୍ତ କରି ଚଢାଉ କରିଥିବା ସୂଚନା ମିଳିଛି। ତେବେ ଟଙ୍କା ନେଣଦେଣ ଓ ପରିଚାଳନା କ୍ଷେତ୍ରରେ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା । ସେହିପରି କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ବ୍ୟାଙ୍କ ଏକାଉଣ୍ଟରୁ ତାଳମେଳ ହୋଇନଥିଲା । ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଭିଜିଲାନ୍ସ ଟିମ୍ ସମସ୍ତ ଲ୍ୟାମ୍ପସ୍ କାଗଜପତ୍ର ଜବତ କରିଥିଲା । ଆଜି ଭିଜିଲାନ୍ସର ଟିମ୍ ତନତନ କରି ଯାଞ୍ଚ୍ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ବୁଲା କୁକୁର ପାଇଁ ମହାଭାରତ 🔴 ମନ୍ତ୍ରୀ ପରିଷଦ ବୈଠକ ଡାକିଲେ ମୋଦି 🔴 ବ୍ରହ୍ମପୁରରେ ଏନକାଉଣ୍ଟର 🔴 ଅସହ୍ୟ ତାତିରେ ଜଳୁଛି ଓଡ଼ିଶା 🔴 ଆସିଲା ଯୁକ୍ତ ଦୁଇ ରେଜଲ୍ଟ