Masthead

ଅଦାନୀ ଗ୍ରୁପକୁ ଝଟକା, ୬ କମ୍ପାନୀକୁ ‘ସେବି’ ର ନୋଟିସ୍

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ପୁଣି ଅଦାନୀ ଗ୍ରୁପକୁ ଝଟକା । ୬ କମ୍ପାନୀକୁ ‘ସେବି’ ପଠାଇଲା ନୋଟିସ୍ । ଧନୀ ତାଲିକାରେ ଥିବା ବ୍ୟବସାୟୀ ଗୌତମ ଅଦାନୀଙ୍କୁ ପୁଣି ଏକ ବଡ ଝଟକା ଲାଗିଛି । ଗତବର୍ଷ ହିଣ୍ଡେନବର୍ଗ ରିସର୍ଚ୍ଚ ତରଫରୁ ଅଣାଯାଇଥିବା ଅଭିଯୋଗ ପରେ ଅଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇଥିଲା । ପୁଣି ଏବେ ଅଦାନୀ ଗ୍ରୁପର ୬ଟି କମ୍ପାନୀକୁ ସେବି ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏଥିରେ ଉଲ୍ଲେଖ କରିଛି କି ଏହି କମ୍ପାନୀଗୁଡିକ ସେୟାର ବଜାରରେ ତାଲିକାଭୁକ୍ତ ହେବା ନେଇ ଯେଉଁ ଆଇନ ରହିଛି ତାହାର ଉଲଂଘନ କରାଜାଇଛି ।

କମ୍ପାନୀ ସେୟାର ମାର୍କେଟରେ ନେଣଦେଣ ଓ ସେୟାର ମାର୍କେଟ ନିୟମର ଉଲଂଘନ କରିଥିବା ନେଇ ‘ସେବି’ ଅଭିଯୋଗ କରିଛି । ଏହାସହ ସେବି ତରଫରୁ ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ, ଅଦାନୀ ପାୱାର, ଅଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ୱିଲମର ଓ ଅଦାନୀ ଟୋଟାଲ ଗ୍ୟାସ କମ୍ପାନୀ ଉପରେ ମଧ୍ୟ ନୋଟିସ ଜାରି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ