Before Header

ଅନୁଗୁଳ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରୁ ୧୩ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

0 6

ଅନୁଗୁଳ(ବଡ଼ ଖବର ବ୍ୟୁରୋ):ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଅନୁଗୁଳ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରୁ ୧୩ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛେଣ୍ଡିପଦା ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ଦଳର ନରୋତ୍ତମ ନାଏକ ନାମାଙ୍କନପତ୍ର ଦାଖଲ କରିଥିଲେ । ସେତାଙ୍କ ଶତାଧିକ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଉପ-ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିଭଳି ଅନୁଗୁଳ ବିଧାନସଭା କ୍ଷେତ୍ର ପାଇଁ ବିଜେଡ଼ିର ସଂଯୁକ୍ତା ସିଂ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେନିଜର ହଜାର ହଜାର ସମର୍ଥକଙ୍କ ସହ ପ୍ରଥମେ ମା ଲୋଭୀ ଠାକୁରାଣୀଙ୍କ ଦର୍ଶନ କରି ମୋଟରସାଇକେଲ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ । ତାଙ୍କ ସହିତ ଶୋଭାଯାତ୍ରାରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡ଼ିର ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, ଅନୁଗୁଳ ଜିଲ୍ଲା ବିଜେଡ଼ି ସହ ପର୍ୟ୍ୟବେକ୍ଷକ କୁନ ବିହାରୀ ଦାସ, ବିଧାୟକ ରଜନୀକାନ୍ତ ସିଂହ ସହ ଦଳର ବରିଷ୍ଠ ନେତାଗଣ ସାମିଲ ହୋଇଥିଲେ । ଆଜିର ପ୍ରାର୍ଥୀପତ୍ର ଦାଖଲ ସମୟରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଆଜି ପୁଣି ଅନୁଗୁଳରୁ ଅମ୍ବିକା ଭଟ୍ଟ ଆଉ ଏକ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବାବୁଲା ସାହୁ ସ୍ଵାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାଲଲହଡାରେ ସ୍ଵାଧୀନ ଭାବେ ଯୁଗଳ କିଶୋର ଜିତ ଓ କଂଗ୍ରେସର ଫକିର ମୋହନ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଳଚେରର ପ୍ରଫୁଲ ଆସ କଂଗ୍ରେସ ପକ୍ଷରୁ , ଭୁପେନ ଥମ୍ବ ସ୍ଵାଧୀନ ଭାବେ, ବ୍ରଜ କିଶୋର ପ୍ରଧାନ ବିଜେଡ଼ିରୁ, ଆର କୁମାର ପାଣି ସ୍ଵାଧୀନ ଭାବେ ଓ ବିଜୟ କୁମାର ନାଏକ ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଛେଣ୍ଡିପଦା ବିଜେଡି ପକ୍ଷରୁ ସୁଶାନ୍ତ ବେହେରା ମଧ୍ୟ ଆଉ ଏକ ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେପଟେ ଆଠମଲ୍ଲିକରେ ବିଜେପି ପକ୍ଷରୁ ସଂଜୀବ ସାହୁ ଓ କଂଗ୍ରେସ ପକ୍ଷରୁ ହିଂମାଶୂ ଶେଖର ଚାଉଳିଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଚଳିତ ବର୍ଷ ଜିଲ୍ଲାରେ ୩୪ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ତାଳଚେର ନିର୍ବାଚନ ମଣ୍ଡଳୀରେ ୧୦ ଜଣ, ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ୮ ଜଣ , ଛେଣିପଦା ରେ ୪ଜଣ, ପାଳଲହଡାରେ ୮ଜଣ ଓ ଆଠମଲ୍ଲିକରେ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.