Masthead

ପାଣି ସମସ୍ୟା ପାଇଁ ପ୍ରତାପ ଜେନା ପ୍ରଚାର କରୁଥିବାବେଳେ ହଙ୍ଗାମା

ମାହାଙ୍ଗା(ବଡ଼ ଖବର ବ୍ୟୁରୋ):ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଏଥର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନାଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି । ପୁଅ ପାଇଁ ବାପା ସେନାପତି ସାଜିଛନ୍ତି ମାହାଙ୍ଗାରୁ ଲଗାତାର ୩ଥର ପ୍ରତାପ ନିର୍ବାଚନ ଜିତିଛନ୍ତି । କିନ୍ତୁ ଭୋଟ ପ୍ରଚାର ପାଇଁ ଗାଁରେ ପହଁଚିଲେ କେଉଁଠି ପାଣି ନାହିଁତ, ଆଉ କେଉଁଠି ରାସ୍ତା ନାହିଁ, କେଉଁଠି ବିଜୁଳୀ ନାହିଁ, ଗରୀବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ମିଳୁନି, ରାସନ କାର୍ଡ ରେ ବହୁ ଯୋଗ୍ୟ ପରିବାରଙ୍କୁ ବାଦ ଦିଆଯାଇଛି । ଏହାକୁ ନେଇ ଭୋଟର ଭୋଟ ବର୍ଜ୍ଜନ ପାଇଁ ଚରମ ନିଷ୍ପତି ଶୁଣାଉଛନ୍ତି ।

ମାହାଙ୍ଗାରୁ ପନ୍ଦର ବର୍ଷର ବିଧାୟକ ପ୍ରତାପ ଜେନା ନିର୍ବାଚନୀ ସଭାରେ ପୁଅ ପାଇଁ ଭୋଟ ମାଗିବା ବେଳେ ପୂର୍ବତନ ବ୍ଲକ ଚେୟାରମ୍ୟାନଙ୍କ ପଞ୍ଚାୟତ ଗୋକନର ନାଏବ ସରପଞ୍ଚଙ୍କ ସ୍ୱାମୀ ତଥା ବିଜେଡିର ଆଗଧାଡିର କର୍ମୀ ଗୋପାଳ ମଲ୍ଲ ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ହଙ୍ଗାମା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା କେବଳ ଗୋଟିଏ ପଞ୍ଚାୟତର ଚିତ୍ର ନୁହେଁ ମାହାଙ୍ଗାର ଅଧିକାଂଶ ପଞ୍ଚାୟତରେ ବିକାଶର ନଗ୍ନ ଚିତ୍ର ବିଜେଡି ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ