Masthead

ଆଗରୁ ଜିଲ୍ଲାରେ ଗୋଟିଏ ସଂଘ ଥିବାବେଳେ ଏବେ ଦୁଇଟି ଆଦିବାସୀ ସଂଘ ରହିଛି

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ):ସଂଘର ମୁଖ୍ୟ ଭାବେ ଦୁଇ ପ୍ରମୁଖ ନେତା ନିଜକୁ ଦାବିଦାର ମଧ୍ୟ କରୁଛନ୍ତି । ହେଲେ ପ୍ରକୃତରେ ଆଦିବାସୀ ନେତା କିଏ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ନିରଞ୍ଜନ ବିଶି ବିଜେଡିରେ ମିଶି ରାଜ୍ୟସଭା ସାଂସଦ ହେବା ପରେ ଆଦିବାସୀ ସଂଘ ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଆଦିବାସୀ ସଂଘରେ ଫାଟ କଥାକୁ ଅସ୍ୱୀକାର କରିଛନ୍ତି ସାଂସଦ ନିରଞ୍ଜନ ବିଶି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦୁଇ ଫାଳ।ପୃଥକ ପୃଥକ ଭାବେ ସହରରେ ବିଶାଳ ଆଦିବାସୀ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏପରିକି ସଂଘର ମୁଖ୍ୟ ଭାବେ ଦୁଇ ପ୍ରମୁଖ ନେତା ଦାବିଦାର କରିବା ସହ ପରସ୍ପର ମଧ୍ୟରେ ବିଷ ଓଗାଳୁଛନ୍ତି । ଏବଂ ପ୍ରକୃତ ଆଦିବାସୀ କଲ୍ୟାଣ ସଂଘର ମୁଖ୍ୟ କିଏ ତାକୁ ନେଇ ଦେଖାଦେଇଛି ବିବାଦ। ସତ୍ୟ ଭୋଇ ଆଦିବାସୀ ସଂଘରେ ଫାଟ ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି ଆଦିବାସୀ ନେତା ଶ୍ୟାମ ସୁନ୍ଦର ଭୋଇ । ସେ କିଛି ଆଦିବାସୀ ସମାଜ ବାହାର ଲୋକଙ୍କୁ ନେଇ ନିଜକୁ ନେତା କହୁଛନ୍ତି । ସତ୍ୟ ଭୋଇ ଜିଲ୍ଲା ଆଦିବାସୀ ସଂଘର କେହି ନୁହନ୍ତି ବୋଲି କହିଛନ୍ତି ଶ୍ୟାମ ସୁନ୍ଦର।ସେପଟେ ସତ୍ୟ ଭୋଇ କହିଛନ୍ତି, ଯେଉଁମାନେ ଆଦିବାସୀ ନାଁରେ ସରକାର ବିରୋଧରେ ଗର୍ଜୁଥିଲେ ସେମାନେ ଏବେ ସରକାରୀ ଦଳ ସହିତ ହାତ ମିଶାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏପରିକି ନିଜେ ନିରଞ୍ଜନ ବିଶି ସରକାରୀ ଦଳର ହାତ ଧରି ଆଦିବାସୀଙ୍କୁ ପ୍ରତାରିତ କରୁଥିବା ଅଭିଯୋଗ ଆଣିଛନ୍ତି ସତ୍ୟ ଭୋଇ । କିଛି ଦିନ ତଳେ ଆଦିବାସୀଙ୍କ ନ୍ୟାୟ ଦାବି ନେଇ ସାଂସଦ ନିରଞ୍ଜନ ବିଶିଙ୍କ ସମର୍ଥିତ ସଂଘ ପକ୍ଷରୁ ଆଦିବାସୀମାନେ ରାଜରାସ୍ତାକୁ ଓଲ୍ହାଇଥିଲେ । ଏବଂ ନକଲି ଆଦିବାସୀ, ଜଙ୍ଗଲ ଜମି ଅଧିକାର ଭଳି ବିଭିନ୍ନ ଦାବି ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନାଁରେ ସରକାରଙ୍କୁ ଦାବିପତ୍ର ଦେଇଥିଲେ। ହେଲେ ଏହାର ଦିନକ ପରେ ସତ୍ୟ ଭୋଇ । ତାଙ୍କ ସମର୍ଥିତ ଆଦିବାସୀମାନେ ଏମାନଙ୍କୁ କାଉଣ୍ଟର କରି ସମାନ ଆନ୍ଦୋଳନ କରିଥିଲେ। ଆଦିବାସୀଙ୍କ ନ୍ୟାୟ ଦାବି ନେଇ ସରକାରଙ୍କୁ ଆଦିବାସୀ କଲ୍ୟାଣ ସଂଘ ନାଁରେ ଦାବିପତ୍ର ବି ଦେଇଥିଲେ । ତେବେ ଅଲଗା ଅଲଗା ଭାବରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନକୁ ନେଇ ଏବେ ଦ୍ଵନ୍ଦ୍ୱ ଦେଖା ଦେଇଛି। ସେପଟେ ଆଦିବାସୀ ନେତା ତଥା ସାଂସଦ ନିରଞ୍ଜନ ବିଶି କହିଛନ୍ତି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବେବି ଗୋଟିଏ ହୋଇ ରହିଛି । ତେବେ ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ କିଛି ନେତା ଏହାକୁ ନିଜର କହୁଥିବା କହିଛନ୍ତି ସାଂସଦ ନିରଞ୍ଜନ।ପୂର୍ବରୁ ସାଂସଦ ନିରଞ୍ଜନ ବିଶି, ଶ୍ୟାମ ସୁନ୍ଦର ଭୋଇ ଓ ସତ୍ୟ ଭୋଇ ଜିଲ୍ଲା ଆଦିବାସୀ ସଂଘରେ ଏକତ୍ରୀତ ହୋଇ କାର୍ଯ୍ୟ କରୁଥିଲେ ଓ ଏବେ କିନ୍ତୁ ଅଲଗା ହେବା ସହ ଆଦିବାସୀ କଲ୍ୟାଣ ସଂଘକୁ ନେଇ ପରସ୍ପର ମଧ୍ୟରେ ଟଣାଓଟରା ଲାଗି ରହିଛି ଓ କାରଣ ଯାହା ବି ହେଉ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବେ ଦୁଇ ଫାଳ ଏଥିରେ କୌଣସି ସନ୍ଦେହ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି