ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ପ୍ରଧାନମନ୍ତ୍ରୀ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ବାଲେଶ୍ୱର ଧାନ, ପାନ ଏବଂ ମୀନର କ୍ଷେତ୍ର । ଏଠି ସର୍ବତ୍ର ଗୁଂଜରିତ । ପୁଣି ଥରେ ମୋଦି ସରକାର । ଓଡ଼ିଶା ଲୋକଙ୍କ ଭଲପାଇବା ମୁଁ କେବେ ଭୁଲି ପାରିବିନି । ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ବିଜେପି ସରକାର ହେବ । ବିଜେଡି ପ୍ରାର୍ଥୀଙ୍କୁ ଲୋକ ଭୋଟ ଦେବାକୁ ଚାହୁଁନାହାନ୍ତି । ଲୋକ କହୁଛନ୍ତି ବିଜେଡିକୁ ଭୋଟ ଦେଲେ ବେକାର ହୋଇଯିବ । ବିଜେଡିକୁ ୨୫ ବର୍ଷ ଦେଲେ, ସେମାନେ ବିକାଶ ନାଁରେ ବିଶ୍ବାସଘାତ କଲେ । ଓଡ଼ିଶାରେ ନୂଆ କଥା ଛାଡ଼, ପୂର୍ବରୁ ଥିବା ଶିଳ୍ପ ବନ୍ଦ ହେଲାଣି ।

ବିଜେପିର ମୁଖ୍ୟମନ୍ତ୍ରୀ ହେବା କ୍ଷଣି ପର୍ଯ୍ୟଟନର ବିକାଶ ହେବ । ଓଡ଼ିଶାରେ ତୀର୍ଥଯାତ୍ରା, ସମୁଦ୍ର ପର୍ଯ୍ୟଟନର ବିକାଶ କରାଯିବ । ଯେଉଁ ବିଜେଡି ନେତାଙ୍କ ପାଖରେ ସାଇକଲ ନଥିଲା, ଏବେ ବଡ଼ ଗାଡ଼ି । ବିଜେଡି ନେତା ଚାଷୀଙ୍କ ନାଁରେ ନକଲି କାଗଜାତ ଦେଇ ଋଣ ଉଠାଇନେଲେ । ଆପଣଙ୍କ ପଇସା ନେଇ ବିଜେଡି ନେତା ନିର୍ବାଚନ ଲଢୁଛନ୍ତି । ବିଜେପି ସରକାର ଏ ସବୁ ଖେଳ ବନ୍ଦ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ