ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ । ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା ବିଜେପି । ବିଜେପି ସହ କଂଗ୍ରେସ ମଧ୍ୟ ସ୍ୱର ମିଳାଇଲା । ବିଜେଡି କହିଛି ବିରୋଧୀ ଦଳ ପାଗଳାମି ଓ ବଚଳମି ଛାଡନ୍ତୁ। ଶୂନ୍ୟକାଳରେ ପୁଣି ଉଠିଲା ନବ ଦାସ ପ୍ରସଙ୍ଗ । ବିରୋଧୀ ବିଜେପି କହିଛି ନବ ଦାସ ହତ୍ୟାକୁ ଷାଠିଏ ଦିନ ବିତିଲା । ହତ୍ୟାର ପଛରେ କିଏ ଜଣାପଡ଼ିଲା ନାହିଁ । ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି । ପୋଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଗୋପାଳ ପାଗଳ ନୁହେଁ । କିନ୍ତୁ ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ ।
ବିଜେଡି ପ୍ରତିକ୍ରିୟାରେ କହିଛି ବିରୋଧୀ ବିଧାନସଭାରେ ପ୍ରତ୍ୟେକ ଦିନ ଏ ପ୍ରସଙ୍ଗ ଉଠାଇଛନ୍ତି। ମୁଲତବୀ ଠାରୁ ଆରମ୍ଭ କରି ଗୃହର ଯେକୌଣସି କାର୍ୟ୍ୟ ହେଉଛି ବୁଲା ପାଗଳ ଭଳି ଗୋଟିଏ କଥା ଉଠାଉଛନ୍ତି। ଯେଉଁମାନେ ପାଗଳ ସେମାନେ ଏ ଭଳି କୁହନ୍ତି। ଗୋପାଳକୁ ପାଗଳ ବନାଇବାକୁ ସରକାର ଚେଷ୍ଠା କରୁଥିବା ବିରୋଧୀ କହିବ ଦୁର୍ଭାଗ୍ୟଜନକ । ବିରୋଧୀ ଦଳ ପାଗଳାମୀ ଓ ବଚଳମୀ ଛାଡନ୍ତୁ। ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଆଜି ମଧ୍ୟ ବିଧାନସଭାରେ ଉଠିଥିଲା ଏହି ପ୍ରସଙ୍ଗ । ତଦନ୍ତ କେବେ ସରିବ ଓ ଅଭିଯୁକ୍ତ କେବେ ଦଣ୍ଡପାଇବ ତାହାକୁ ଅପେକ୍ଷା