Masthead

ଆହୁରି ୩ ଦିନ ତାତିରୁ ନାହିଁ ତ୍ରାହି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୫୦ ବର୍ଷର ରେକର୍ଡ ଭାଙ୍ଗିଲା ଖରା । ଆହୁରି ୩ ଦିନ ତାତିରୁ ନାହିଁ ତ୍ରାହି । ଏବର୍ଷ ବର୍ତମାନ ସୁଦ୍ଧା ୨୧ଟି ଗ୍ରୀଷ୍ମ ଲହରି ଦିନ ହେଲାଣି । ପାଣିପାଗ ବିଭାଗର ଆକଳନ ଆହୁରି ୩ ଦିନ ତାତିରୁ ନିସ୍ତାର ମିଳିବ ନାହିଁ । ରାଜ୍ୟର ଗତ ୬ ରୁ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଂଚଳିକ ପାଣିପାଗ ବିଭାଗ ଅନୁସାରେ ସାଧାରଣତଃ ଗୋଟିଏ ବର୍ଷରେ ୧୧ଟି ଗ୍ରୀଷ୍ମ ଲହରି ଦିନ ରହିଥାଏ । କିନ୍ତୁ ଚଳିତ ବର୍ଷ ୨୧ଟି ଗ୍ରୀଷ୍ମ ଲହରି ହେଲାଣି । ଆଗକୁ ପୁଣି ତିନି ଦିନ ବି ଗ୍ରୀଷ୍ମ ଲହରି ଅନୁଭୁତ ହେବା ସମ୍ଭାବନା ରହିଛି । ଫଳରେ ଅଂଶୁଘାତ ଜନିତ ଅସୁସ୍ଥତା ବଢିବାରେ ଲାଗିଛି । ଗତ ୧୧ ଦିନ ହେଲା ରାଜ୍ୟରେ ତାତି ଭୟଙ୍କର ରୂପ ଧାରଣ କରିଛି ।

ରାଜ୍ୟର ଅଧିକାଂଶ ସହର ୪୦ ଡିଗ୍ରୀ ଉପରେ ରହୁଛି । ୧୯୮୧ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷରେ ରାଜ୍ୟରେ ଗ୍ରୀଷ୍ମ ଋତୁରେ ୫ଟି ଲେଖାଏଁ ଗ୍ରୀଷ୍ମ ଲହରି ରେକର୍ଡ ହୋଇଥିଲା । ସେହିପରି ୧୯୭୧ ରୁ ୧୯୮୦ ମଧ୍ୟରେ ପ୍ରତିବର୍ଷ ୭ଟି ଲେଖାଏଁ ଗ୍ରୀଷ୍ମ ଲହରି ରେକର୍ଡ କରାଯାଇଛି । କିନ୍ତୁ ଚଳିତ ବର୍ଷ ଏ ସବୁ ଅପେକ୍ଷା ଦ୍ୱିଗୁଣିତ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ଜନିତ ଅସୁସ୍ଥତା ଓ ମୃତୁ୍ୟସଂଖ୍ୟା ସରକାରୀ ଭାବେ ୨୨ ହୋଇଥିବା ଅଭିଯୋଗ ହୋଇଛି କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା ବେଶ ଅଧିକ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା