Masthead

ଛାତ୍ରବାସର ଅନ୍ତେବାସୀମାନଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଉଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍କୁଲ ସରିସରକୁ ସରକାର ଦଣ୍ଡମୁକ୍ତ ଅଚଂଳ ଘୋଷଣା କରିଛନ୍ତି । ଭୟରହିତ ବାତାବରଣରେ ଛତ୍ରଛାତ୍ରୀ ପାଠ ପଢିବେ, ଭଲ ମଣିଷ ହେବ, ସମାଜରେ ସୁନାମ କରିବେ । ହେଲେ ନିଳଗିରି କାଠଗୋଛି ଉନ୍ନୀତ ବିଦ୍ୟାଳର ଛାତ୍ରବାସରେ ସରକାରଙ୍କ ଘୋଷଣାର ବିପରୀତ ଘଟଣା ସାମନାକୁ ଅସିଛି । କାଠଗୋଛି ଉନ୍ନୀତ ବିଦ୍ୟାଳର ଛାତ୍ରବାସର ଅନ୍ତେବାସୀମାନଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଉଛି । କାମ ନକଲେ ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ ହେଉଛି ।

ଛାତ୍ରବାସର ରୋଷେୟା ପିଲାମାନଙ୍କୁ ଡ୍ରେନ ସଫା କରିବା, ବାସନ ଧୋଇବା , କାଠ ଓ ପାଣି ବୋହିବା ଭଳି କାମ କରିବାକୁ ବାଧ୍ୟ କରୁଛନ୍ତି। ଯେଉଁ ପିଲା ଏଥିରେ ରାଜି ନହେଲା ରୋଷେୟାର ଆକ୍ରୋଶର ଶିକାର ହେବାକୁ ପଡିଥାଏ । ଏପରିକି ରୋଷେୟା ନିସ୍ତୁକ ମାଡ଼ ମାରୁଥିବାର ଅଭିଯୋଗ କରିଛନ୍ତି ଛାତ୍ର । ପ୍ରତିକ୍ରିୟା ରଖିବା ସମୟରେ ଛାତ୍ରମାନେ ଖୁବ ଭୟଭୀତ ଥିବା ଦେଖାଯାଇଥିଲା । ଏହି ଅଭିଯୋଗ ଉପରେ ବିଭାଗୀୟ ତଦନ୍ତ କରାଯାଇ ଥିଲା । ମାତ୍ର ବର୍ତମାନ ପର୍ୟ୍ୟନ୍ତ କୌଣସି କାର୍ୟ୍ୟାନୁଷ୍ଟାନ ହୋଇନଥିବାରୁ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା