ମମତା ହାରିଲା, ଭୋଟର ମାନିବେ ତ !

ପିପିଲି (ବଡ଼ ଖବର ବ୍ୟୁରୋ): ପିପିଲିରେ ନିର୍ବାଚନ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ନୂଆ ନୂଆ ସମୀକରଣ ଆଗକୁ ଆସୁଛି । ଏହାରି ଭିତରେ ଏବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପରିବାରର ଭିଜୁଆଲ ଗଣମାଧ୍ୟମକୁ ଦେଇଛିି ଦଳ । ଯେଉଁଠି ଦଳର ନେତା ରୁଦ୍ର ଓ ତାଙ୍କ ମାଙ୍କ ସହ ଆଲୋଚନା କରୁଛନ୍ତି । ସାଥୀରେ ଭଉଣୀ ବି ଅଛନ୍ତି । ଏହା ପରେ ପ୍ରତିଭା ମହାରଥୀ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ପୁଅ ପ୍ରତି ସମର୍ଥନ ଥିବା ମା’ କହୁଛନ୍ତି । ଏହି ଭିଡିଓ ଦେଇ ମହାରଥୀ ପରିବାର ଟିକେଟକୁ ନେଇ ଦେଖା ଦେଇଥିବା ବିବାଦରେ ପ୍ୟାଚ୍ ପକାଇବା ପାଇଁ ଚେଷ୍ଟା କରିଛି ବିଜେଡି ।

ପ୍ରଶ୍ନ ଉଠୁଛି ପୁଅର ପ୍ରାର୍ଥିତ୍ୱ ପ୍ରତି ମା’ର ସମର୍ଥନ ଜଣାଇବା ପାଇଁ କ’ଣ ଦୁଇ ଦିନ ଲାଗିଗଲା? ବାରମ୍ବାର ଗଣମାଧ୍ୟମ ଯୋଗାଯୋଗ କରୁଥିଲେ ବି ପ୍ରତିଭା କାହିଁକି ମୁହଁ ଖୋଲୁନଥିଲେ । ଏକଥା ସମସ୍ତେ ଜାଣିଛନ୍ତି ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଯେଉଁ ସର୍ଭେ କରିଥିଲା ସେଥିରେ ପ୍ରତିଭାଙ୍କ ପାଇଁ ସର୍ବାଧିକ ସମର୍ଥନ ଥିଲା । ଏହା ସତ୍ୱେ ବିଜେଡିିର କିଛି ନେତା ଲବି କରି ପ୍ରତିଭାଙ୍କ ଟିକେଟ କାଟିଲେ । ଏମିତି ସ୍ଥିତି ହେଲା ଟିକେଟ ଘୋଷଣା ଦିନ ହାତ ଗଣତି କିଛି ନେତାଙ୍କୁ ଛାଡି ପିପିଲିରେ ଅଧିକାଂଶ ଖୁସି ନଥିଲେ ।

ବିଜେଡିର ଏଭଳି ନିଷ୍ପତି ସ୍ଥାନୀୟ କର୍ମୀଙ୍କୁ ଅସନ୍ତୁଷ୍ଟ କରିଥିଲା । ଏଭଳି ବିପରୀତ ସ୍ଥିତି ଦେଖି ଏବେ ବିଜେଡିରେ ରୁଦ୍ରଙ୍କ ପାଇଁ ଲବି କରିଥିବା ନେତାମାନେ ପ୍ୟାଚ୍ ପକାଇବା ଉଦ୍ୟମ କରିଛନ୍ତି । ନିଜର ଅପାରଗତା ଲୁଚାଇବାକୁ ପରିବାର ଭିତରେ ଇମୋସନ କାର୍ଡ ଖେଳିଛନ୍ତି । ପ୍ରତିଭା ମଧ୍ୟ ସବୁ ସ୍ଥିତି ବୁଝି ନିଜର ମମତା ପାଇଁ ପୁଅର ପ୍ରାର୍ଥିତ୍ୱକୁ ଗ୍ରହଣ କରି ନେଇଛନ୍ତି । ତେବେ ବଡ଼ ପ୍ରଶ୍ନ ହେଉଛି ପିପିଲିର ବିଜେଡି କର୍ମୀମାନେ ଏହାକୁ କେତେ ଗ୍ରହଣ କରିବେ । ଏହାରି ଭିତରେ ଆଜି ନବୀନ ନିବାସ ଯାଇ ଟିକେଟ ନେଇଛନ୍ତି ରୁଦ୍ର ମହାରଥୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!