Masthead

ଜି-୨୦ରେ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ନିରାକରଣ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇଟାଲିରେ ଚାଲିଥିବା ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଶେଷ ଦିନ । ଏହି ଅଧିବେଶନରେ ଅଂଶଗ୍ରହଣ କରିବାକୁ ଏବେ ରୋ ଭେନ୍ୟୁରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଜିର ଅଧିବେଶନରେ ମୋଦି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଉପରେ ଆଲୋଚନା କରିବେ । ଜଳବାୟୁ ପରିବର୍ତ୍ତନ ଓ ଏହାର ନିରାକରଣ ବିରୋଧୀ ଲଢ଼େଇରେ ଘରୋଇ କ୍ଷେତ୍ରର ଭୂମିକା ଉପରେ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଏହି କାର୍ଯ୍ୟକ୍ରମରେ ୱେଲ୍ସର ପ୍ରିନ୍ସ ଚାର୍ଲ୍ସ ମୁଖ୍ୟ ବକ୍ତା ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରଖାଯାଇଛି । ଜଳବାୟୁ ପରିବର୍ତ୍ତନ ସହ ସ୍ଥାୟୀ ବିକାଶ ଉପରେ ଆଲୋଚନାଚକ୍ର ମଧ୍ୟ ରଖାଯାଇଛି । ଆଜି ସମ୍ମିଳନୀର ଅନ୍ତିମ ଦିବସ ହୋଇଥିବାବେଳେ ପାରମ୍ପାରିକ ଧାରା ଅନୁସାରେ, ଆୟୋଜକ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘିଙ୍କ ଅନ୍ତିମ ସାମ୍ବାଦିକ ସମ୍ମିଳନୀ ସହ ଏହି ବାର୍ଷିକ ଅନ୍ତର୍ଜାତୀୟ ସମ୍ମିଳନୀ ସମାପ୍ତ ହେବ।

ଗତକାଲି (ଶନିବାର) ପ୍ରଧାନମନ୍ତ୍ରୀ ମୋଦି ଭାଟିକାନ ସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ସାକ୍ଷାତ କରିବା ସହ ଉଭୟ ଦୀର୍ଘ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ। ପରେ ସେ ପୋପଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରି ଭାଟିକାନ ସିଟିରୁ ବିଦାୟ ନେଇ ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀ କନଭେନସନ ହଲରେ ପହଞ୍ଚିଥିଲେ।ତେବେ ମୋଦି ସମ୍ମିଳନୀ କକ୍ଷରେ ପହଞ୍ଚିବା ପରେ ପ୍ରଥମ ଦିବସ ଅଧିବେଶନରେ ଗ୍ଲୋବାଲ ଇକୋନୋମି ଏବଂ ଗ୍ଲୋବାଲ ହେଲଥ ବିଷୟ ଆଧାରିତ ଆଲୋଚନାରେ ଯୋଗ ଦେବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏବଂ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହସିନ ଲୋଙ୍ଗଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ