Masthead

ସାମ୍ନାକୁ ଆସିଲା ରାମମନ୍ଦିର ଭିତର ଦୃଶ୍ୟ

ଅଯୋଧ୍ୟା (ବଡ଼ ଖବର ବ୍ୟୁରୋ): ସାମ୍ନାକୁ ଆସିଲା ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ହେବା ମହଲାର ପ୍ରଥମ ଦୃଶ୍ୟ । କାମ ଶେଷ ହେବା ପରେ ଏହି ଦୃଶ୍ୟ ସାମ୍ନାକୁ ଆସିଛି । ମନ୍ଦିରର କୋଣ ଅନୁକୋଣରେ ସ୍ଥାନ ଦିଆଯାଇଛି ଆକର୍ଷଣୀୟ କଳାକୃତିକୁ । ଏହି ମହଲାରେ ଥିବା ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ଏହି ମହାଲର କାରୁକାର୍ଯ୍ୟ ଏତେ ସୁନ୍ଦର ହୋଇଛି ଯେ କେହି ବି ଦେଖିଲେ କ୍ଷଣିଏ ଠିଆ ହାଇଯିବ । କାରିଗରିଙ୍କ କଳାକୃତି ବେଶ ମନୋରମ ହୋଇଛି ।

ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ସାମ୍ବାଦିକ ସମ୍ମିଳନୀ କରି ମନ୍ଦିର ବାବଦରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମନ୍ଦିରର ଦକ୍ଷିଣ ପାଶ୍ୱର୍ରେ ହନୁମାନଙ୍କ ମନ୍ଦିର ଓ ଉତରଭାଗରେ ଦେବୀ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ରହିବ । ମନ୍ଦିରକୁ ଆସିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖାସ ବ୍ୟବସ୍ଥା ରହିଛି । ଏକାସହ ୨୫ହଜାର ଶ୍ରଦ୍ଧାଳୁ ଏଠାରେ ରହିପାରିବେ । ଖାଦ୍ୟ,ପାନୀୟ ପାଇଁ କ୍ୟାଟିଂନ, ଶୌଚାଳୟ. ଡାକ୍ତରଖାନ ମଧ୍ୟ ପରିସର ମଧ୍ୟରେ ରହିବ । ଦିବ୍ୟାଙ୍ଗଙ୍କ ପାଇଁ ଲିପ୍ଟର ବ୍ୟବସ୍ଥା ରହିବ । ମୋଟ ୪୪ଟି ଦ୍ୱାର ରହିଛି । ୩୩ଟି ଶିଢ଼ି ଚଢିବା ପରେ ଶ୍ରଦ୍ଧାଳୁ ମୁଖ୍ୟ ଦ୍ୱାରରେ ପହଁଚିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା