Masthead

ହିଣ୍ଡେନବର୍ଗର ଚେତାବନୀ , ଏବେ କାହା ପାଳି?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଦାନୀ ଗ୍ରୁପ-ହିଣ୍ଡେନ ବର୍ଗ ରିପୋର୍ଟ ମାମଲା । ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କମ୍ପାନୀ ଆଉ ଏକ ନୂଆ ରିପୋର୍ଟ ପ୍ରକାଶ କରିବାକୁ ଯାଉଛି । ଏହାର ରିପୋର୍ଟ ଜରିଆରେ ଷ୍ଟକ ମାର୍କେଟରେ ହଇଚଇ ସୃଷ୍ଟି କରିଥିବା ଲୋକପ୍ରିୟ ହିଣ୍ଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ଖୁବ ଶୀଘ୍ର ଆଉ ଏକ ବଡ ରିପୋର୍ଟ ଆଣିବ ବୋଲି ଚେତାବନୀ ଦେଇଛି।

ଶର୍ଟ ସେଲିଂ ଫାର୍ମ ଏକ ଟୁଇଟରେ କହିଛି ଯେ ଖୁବ ଶୀଘ୍ର ଏକ ବଡ ରିପୋର୍ଟ ଆସିବ। ତେବେ କାହାକୁ ନେଇ ଏହି ଖୁଲାସା ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ । ଗତ କିଛି ମାସ ତଳେ ହିଣ୍ଡନବର୍ଗ ରିପୋର୍ଟ କାରଣରୁ ଷ୍ଟକ ମାର୍କେଟରେ ବଡ ପ୍ରଭାବ ପଡିଥିଲା । ଗୌତମ ଆଦାନୀଙ୍କ ସମ୍ପତ୍ତି ୧୫୦ ଅରବ ଡଲାରରୁ ଖସି ୫୩ ଅରବ ଡଲାରରେ ପହଞ୍ଚିଯାଇଥିଲା । ଫୋର୍ବସ ଦ୍ୱାରା ପ୍ରକାଶିତ ବିଶ୍ୱର ସବୁଠାରୁ ଅଧିକ ଧନୀ ତାଲିକାରେ ଶ୍ରେଷ୍ଠ ୩୫ରୁ ବାଦ ପଡିଛନ୍ତି । ପାଖାପାଖି ୧୨୦ ଅରବ ଡଲାରର କ୍ଷତି ସହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର