Before Header

ପ୍ରଶାନ୍ତଙ୍କ ଭବିଷ୍ୟତ ବାଣୀ

0 8

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ବିଜେପିକୁ ନେଇ ସତହେଉଛି କି ପ୍ରଶାନ୍ତଙ୍କ ଭବିଷ୍ୟତ ବାଣୀ । କାରଣ ଯେତେବେଳେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଜୋରଦାର ନାରା ଦେଉଥିଲା ସେତେବେଳେ ମମତା ବନାର୍ଜୀଙ୍କ ରାଜନୈତିକ ରଣନୀତି ଆଗରେ ବିଜେପିର ସବୁଫସର ଫାଟିବ ବୋଲି କହିଥିଲେ ପ୍ରଶାନ୍ତ । ବିଜେପି ଦୁଇ ଅଙ୍କ ଡେଇଁବାକୁ  ସଙ୍ଘର୍ଷ କରିବ ବୋଲି ସେ ଟୁଇଟ କରିଥିଲେ । ଆହୁରି ମଧ୍ୟ ଲେଖିଛନ୍ତି ବିଜେପି ଯଦି କିଛି ବି ଭଲ ପ୍ରଦର୍ଶନ କରେ ସେ ଏହି କାମ ଛାଡି ଦେବେ । ତେବେ ଯେଉଁଭଳି ଫଳାଫଳ ଆସୁଛି ଲାଗୁଛି ପ୍ରଶାନ୍ତ କିଶୋର କରିଥିବା ଭବିଷ୍ୟବାଣୀ ସତହେବାକୁ ଯାଉଛି । ପୂର୍ବରୁ ଅନେକ ଏକଜିଟ ପୋଲ ବିଜେପି ପଶ୍ଚିମବଙ୍ଗରେ ୧୦୦ ଆସନ ପାର କରିବ ବୋଲି ଦର୍ଶାଇଥିଲେ । ତେବେ ଏହା ପରେ ପ୍ରଶାନ୍ତ କିଶୋର କଣ କରିବେ ବୋଲି ପ୍ରଶ୍ନ ଉଠିଥିଲା । ଏହାର ଜବାବ ଦେବାକୁ ଯାଇ ପ୍ରଶାନ୍ତ କରିଥିଲେ ଏହି ଟୁଇଟ । ପରେ ସେ ଅନେକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସମାନ ଆକଳନ କଥା ଦର୍ଶାଇଥିଲେ । କିନ୍ତୁ ବିଜେପି ବାରମ୍ବାର ଦୋହରାଉଥିଲା ଯେ ଦଳ ଏଠି ସରକାର ଗଢ଼ିବା ସହ ୨୦୦ ଆସନ ପାଇବ । ବେଙ୍ଗଲରେ ଯେଉଁ ଭଳି ଢଙ୍ଗରେ ପ୍ରଚାର ଚାଲିଥିଲା ଯେଉଁ ଭଳି ଆକ୍ରମଣ ପ୍ରତିଆକ୍ରମଣର ପର୍ବ ଚାଲିଥିଲା ତାରି ମଧ୍ୟରେ ଦିଦି ଏବଂ ପ୍ରଶାନ୍ତଙ୍କ ଗୋଟିଚାଳନା ନଡ୍ଡା, ଶାହ ଓ ମୋଦିଙ୍କୁ ଏକ ପ୍ରକାର ଚେକ୍ ମେଟ ଦେଇଛି । ପଶ୍ଚିମବଙ୍ଗରେ ଲଗାତର ତୃତୀୟ ଥର ପାଇଁ ମମତା ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ସମଗ୍ର ଦେଶର ନଜର ରହିଥିଲା ପଶ୍ଚିମବଙ୍ଗର ଫଳାଫଳ ଉପରେ । କାରଣ ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ କଡା ଟକ୍କର ଦେଉଥିଲା ୧୦ ବର୍ଷ ଶାସନ କରିଆସିଥିବା କଂଗ୍ରେସ । ବିଜେପି ବିଜୟ ପାଇଁ ପ୍ରାଣମୂର୍ଚ୍ଛା ପ୍ରୟାସ କରିଥିବା ବେଳେ ମମତା ହ୍ବିଲ ଚେୟାରରେ ବସି ବି ଜାରି ରଖିଥିଲେ କସରତ । ପଶ୍ଚିମବଙ୍ଗରେ ବିକାଶ ହୋବେ ର ନାରା ଦେଇ ନିଜ ଆଧିପତ୍ୟ ବିସ୍ତାର କରିବାକୁ ପ୍ରୟାସ କରିଥିବା ବିଜେପି ବର୍ତ୍ତମାନ ଦିଦିଙ୍କ ଖେଲା ଆଗରେ ଫିକାପଡିଛି । ଦିଦିଙ୍କୁ ହରାଇବାକୁ ବିଜେପି କୌଣସି ସୁଯୋଗକୁ ହାତଛଡା କରିନଥିଲା । ଖୋଦ ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ସହ ଅନେକ କେନ୍ଦ ମନ୍ତ୍ରୀ ଙ୍କ ପରି ଅନେକ ବଡ ବଡ ହେଭିୱେଟ ଚେହେରା ବଙ୍ଗରେ ପ୍ରଚାର କରି ଦିନରାତି ଏକ କରିଦେଇଥିଲେ । ଏପଟେ ଜିତିବା ଲକ୍ଷ୍ୟରେ ଦିଦିବି ଦେଇଥିଲେ ରଣହୁଙ୍କାର । ରୋକଠାକ ଜବାବ ଓ ସରକାରଙ୍କୁ ସିଧା ଟାର୍ଗେଟ କରି ଦେଇଥିଲେ ‘ଖେଲା ହୋବେ’ର ଆହ୍ବାନ । ଜିତିବା ସୁନିଶ୍ଚିତ, ରାଜ୍ୟରେ ତୃଣମୂଳର ବିକଳ୍ପ ନଥିବା ଦୃଢୋକ୍ତି ଦେଇ ମୋଦିଙ୍କୁ ଦେଇଥିଲେ ଖୋଲା ଚ୍ୟାଲେଞ୍ଜ । ବାଘ ପାଟିରୁ ଶିକାର ଛଢାଇ ଆଣିବା ପରି ପଶ୍ଚିମବଙ୍ଗର ୯୯ପ୍ରତିଶତ ଭୋଟକୁ ଛଡାଇ ଆଣିଛନ୍ତି ଦିଦି । ଆଉ ଏସବୁ ଭିତରେ ନନ୍ଦିଗ୍ରାମ ଆସନରେ ଅଟକିଥିଲା ରାଜନୀତିର ପଶାପାଲି । ଚାଲିଥିଲା ମମତା ବନାମ ଶୁଭେନ୍ଦୁ ଲଢେଇ । ଶୁଭେନ୍ଦୁ ଅଧିକାରୀଙ୍କୁ କଳେବଳେ କୌଶଳରେ ହରାଇବା ପାଇଁ ଲାଗି ପଡିଥିଲେ ମମତା ବାନାର୍ଜୀ । ଭୋଟ ଗଣନାର ପର୍ୟ୍ୟାୟ ବଢିବା ସହ କାଉଣ୍ଟିଂ ରେସରେ ଦୁଇ ଦଳ ଭୋଟ୍ ସଂଖ୍ୟାରେ ହ୍ରାସ-ବୃଦ୍ଧି ଜାରି ରହିଥିଲା । ଆଉ ଏହା ସହ ବଢିଚାଲିଥିଲା ସସପେନ୍ସ । ଶେଷରେ ୧୨୦୦ ଭୋଟରେ ଶିଭେନ୍ଦୁଙ୍କୁ ହରାଇ ନନ୍ଦୀଗ୍ରାମର ସିଟ୍ ହାତେଇଛନ୍ତି ମମତା । ଫେଲ ମାରିଲା ଶୁଭେନ୍ଦୁଙ୍କ ପ୍ଲାନ । ଲଗାତାର ତୃତୀୟ ଥର ପାଇଁ ବଙ୍ଗର ଶାସନ ଗାଦିରେ ବସିବେ ମମତା ବାନାର୍ଜୀ । ୨୧୨ଟି ସ୍ଥାନରେ ଲିଡ଼ କରୁଛି ଟିଏମସି । ୭୮ଟି ସ୍ଥାନରେ ଲିଡ଼ କରି ଦ୍ୱିତୀୟରେ ବିଜେପି ଏବଂ ଗୋଟିଏ ସିଟରେ ଲିଡ଼ କରୁଛି କଂଗ୍ରେସ । ଦିଦିଙ୍କ ଚିତପଟ୍ଟାଙ୍ଗ ହାର ରାଜ୍ୟ ରାଜନୀତି ଓ ଟିଏମସିକୁ କରିବ ଗଭୀର ପ୍ରଭାବିତ । ଆଉ ଏହି ପ୍ରଶ୍ନ ଗଣ୍ଠି ଜଟିଳ ହେବାରେ ଲାଗିଛି , ଯଦି ମମତା ହାରନ୍ତି ତେବେ ପାର୍ଟିର କଣ ହେବ କ୍ଷତି ?ରାଜନୀତି ବିଶ୍ଲେଷକଙ୍କ ଅନୁସାରେ ଯଦିଓ ପାର୍ଟି ରାଜ୍ୟରେ ନିର୍ବାଚନ ଜିତିଯାଏ , ହେଲେ ମମତା ହାରିବା ଦ୍ବାରା ତୃଣମୂଳ କଂଗ୍ରେସରେ ବିଦ୍ରୋହ , ଗୋଷ୍ଠୀ କନ୍ଦଳ ମୁଣ୍ଡ ଟେକିପାରେ । ଗାଦି ଯିବା ପରେ ଟିଏମସିର ଅନେକ ବିଧାୟକ ବିଜେପି ଆଭିମୁଖ୍ୟ ଆପଣାଇପାରନ୍ତି । ଯାହା ଫଳରେ ପାର୍ଟିରୁ ଦିଦିଙ୍କ ଦବଦବା ଦୁର୍ବଳ ହୋଇପାରେ ।

 

 

Leave A Reply

Your email address will not be published.