Masthead

ଫିଲ୍ମ ‘ପ୍ରୋଜେକ୍ଟ-କେ’, ଫାଷ୍ଟ୍ ଲୁକର ଝଲକ୍ ସେୟାର କଲେ ଦୀପିକା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ)୨୦୨୪ ରେ ରିଲିଜ୍ ହେବାକୁ ଯାଉଛି ‘ପ୍ରୋଜେକ୍ଟ-କେ’ । ଏହା ମଧ୍ୟରେ ଫିଲ୍ମର ନିର୍ମାତାମାନେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଥମ ଲୁକ୍ ପ୍ରକାଶ କରିଦେଇଛନ୍ତି । ଅଭିନେତା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ-କେ’ ଦମଦାର ଫିଲ୍ମ ମଧ୍ୟରୁ ଗୋଟିଏ ହେବ ବୋଲି କୁହାଯାଉଛି ।

ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, କମଲ ହାସନ, ଦିଶା ପଟାନୀ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି । ‘ପ୍ରୋଜେକ୍ଟ-କେ’ପୋଷ୍ଟର ରିଲିଜ୍ ପରେ ଦୀପିକା ପାଦୁକୋନଙ୍କ ଇନ୍ଟେନ୍ସ ଲୁକ୍ ଦେଖିବାକୁ ମିଳିଛି । ପ୍ରଭାସ, ନାଗ ଅଶ୍ୱିନୀ ଓ କମଲ ହାସନଙ୍କ ସହ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ ହେବାକୁ ଯାଉଛି ।

ଫିଲ୍ମର ଟାଇଟଲ୍ଟି କଣ ରହିବ? ତାହାନେଇ ଫ୍ୟାନ୍ସମାନେ ଅଧିକ ଉତ୍ସାହିତ ଥିବା ସହ ଏହାର ଚର୍ଚ୍ଚା ସମଗ୍ର ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁଛି । କୁହାଯାଉଛି ଯେ ଫିଲ୍ମଟି ୧୨ ଜାନୁୟାରୀ ୨୦୨୪ ରେ ହିନ୍ଦୀ, ତେଲେଗୁ, ତାମିଲ, କନଡ, ମାଲୟାଲମରେ ରିଲିଜ୍ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ