ବିଗ ବି’ଙ୍କ କରୋନା ସଚେତନତା କବିତା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ଷ୍ଟାର ଅମିତାଭ ବଚ୍ଚନ ମହାମାରୀ କରୋନା ଆରମ୍ଭ ହେବାଠାରୁ ସେ ଲୋକଙ୍କୁ ସଚେତନ କରିବାରେ ଲାଗିଛନ୍ତି। କେତେବେଳେ ମୋବାଇଲ ଫୋନର କଲର ଟ୍ୟୁନରେ ତ ଆଉ କେତେବେଳେ ଭିଡିଓ ମେସେଜ ମାଧ୍ୟମରେ । ଏବେ ସେ ପୁଣି ଥରେ ଲୋକଙ୍କୁ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି ଏକ ନିଆରା ଢଙ୍ଗରେ ।

କରୋନା ସଚେତନତା ପାଇଁ ବିଗ୍ ବି’ ନିଜ ଟ୍ବିଟରେ ଲେଖିଛନ୍ତି କବିତା। ଆଉ ଏହି କବିତା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିବାକୁ ଚେଷ୍ଟା କରିଛନ୍ତି ।

ଭୟଙ୍କର କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ବିଗ୍ ବି’ ବାର୍ତ୍ତା ଦେଇଛନ୍ତି । ଘରର କବାଟ ଝରକା ସବୁ ବନ୍ଦ ରଖିବା ସହ ଆବଶ୍ୟକ ନଥିଲେ ବାହାରକୁ ନଯିବାକୁ ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମାସ୍କ ପିନ୍ଧନ୍ତୁ, ଭିଡରୁ ଦୂରେଇ ରୁହିବାକୁ ସେ ପରାମର୍ଶ ଦେଇଛନ୍ତି ଏବଂ ବାରମ୍ବାର ହାତ ଧୋଇବାକୁ କହିଛନ୍ତି । ଏହି କବିତାକୁ ସେ ନିଜ ଟୁଇଟର ହ୍ୟାଣ୍ଡେଲରେ ଅପ୍‌ଲୋଡ୍ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ