Before Header

ମାନବିକତା ଦେଖାଇ ନିଜ ଉତ୍ତରୀୟ କାଢି ଦୁଇ ମହିଳାଙ୍କୁ ଘୋଡ଼ାଇଦେଲେ ବିଧାୟିକା କୁସୁମ ଟେଟେ

0 124

ସୁନ୍ଦରଗଡ଼(ବଡ଼ ଖବର ବ୍ୟୁରୋ): ସମସ୍ତେ ଦେଖୁଥିଲେ, ଭିଡିଓ ଉତ୍ତୋଳନ କରୁଥିଲେ । ଆଉ ମଜା ବି ନେଉଥିଲେ । ଯାହା ସଭ୍ୟ ସମାଜ ପାଇଁ ଲଜ୍ଜାକର । ଉଲଗ୍ନ ହୋଇ ରାସ୍ତାରେ ଚାଲୁଥିଲେ ଦୁଇ ମହିଳା । ଲଜ୍ଜା ନିବାରଣ ପାଇଁ କେହି ଦେଲେନାହିଁ ଲୁଗା ଖଣ୍ଡେ । ଏ ଖବର ଆସିଛି ସୁନ୍ଦରଗଡ଼ରୁ । ସେହିବାଟ ଦେଇ ଯାଉଥିବା ବିଧାୟକା କୁସୁମ ଟେଟେ ତାଙ୍କର ମାନବୀକତା ଦେଖାଇ ନିଜ ଉତ୍ତରୀୟ କାଢି ଦୁଇ ମହିଳାଙ୍କୁ ଘୋଡ଼ାଇଦେଲେ । ସେପଟେ ରାସ୍ତାରେ ୨ ମହିଳାଙ୍କ ଉଲଗ୍ନ ଭାବେ ଚାଲି ଚାଲି ଯାଉଥିବା ଘଟଣାର ତଦନ୍ତ କରାଯିବ । ଏନେଇ ଦୁଇଟି ଟିମ୍ ଗଠନ କରାଯାଇଥିବା କହିଛନ୍ତି ଏସପି ପ୍ରତ୍ୟୁଷ ଦିବାକର । ତଦନ୍ତ ପରେ ମିଳିଛି ଦୁଇ ମହିଳାଙ୍କ ପରିଚୟ ।ଜଣେ ହେଉଛନ୍ତି ମା, ଆଉ ଜଣେ ତାଙ୍କ ଝିଅ । ପୋଲିସ ସେମାନଙ୍କ ବୟାନକୁ ରେକର୍ଡ କରିଛି ।

Leave A Reply

Your email address will not be published.