Masthead

ଦାଦାକୁ ଅତି ନିର୍ମମ ଭାବେ ହତ୍ୟାକଲା ପୁତୁରା

ପୁରୀ(ବଡ଼ ଖବର ବ୍ୟୁରୋ): ଦାଦାକୁ ଅତି ନିର୍ମମ ଭାବେ ହତ୍ୟା କଲା ପୁତୁରା। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘଟିଛି ଏହି ହତ୍ୟାକାଣ୍ଡ। ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ବୀର ତାଙ୍କ ଦୋକାନ ଘର ବାରଣ୍ଡାରେ ଶୋଇଥିବା ବେଳେ ତାଙ୍କ ପୁତୁରା ପପୁ ବରାଳ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ପୂର୍ବରୁ ଭାଇ ଭାଇ ମଧ୍ୟରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବିଭିନ୍ନ ସମୟରେ ଝଗଡ଼ା ମଧ୍ୟ ହୋଇଥିଲା।

ଏନେଇ ମାମଲା ଥାନାରେ ପହଞ୍ଚିବା ପରେ ଉଭୟ ପକ୍ଷଙ୍କୁ ପୋଲିସ ଥାନାକୁ ଡ଼ାକି ସମାଧାନ କରିଥିଲା। ତେବେ ସମାଧାନ ପରେ ମଧ୍ୟ ବୀରଙ୍କ ପରିବାରକୁ ଜୀବନରେ ମାରିଦେବା ପାଇଁ ବିଭିନ୍ନ ସମୟରେ ଅଭିଯୁକ୍ତ ପପୁ ବରାଳ ଧମକ ଦେଉଥିଲା ବୋଲି ଅଭିଯୋଗ ହୋଇଛି। ସେପଟେ ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପୋଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା