Masthead

ମିଜୋରାମରୁ ମଣିପୁର ପର୍ଯ୍ୟନ୍ତ ହିଂସାର ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ୮୩ ଦିନ ଧରି ମଣିପୁର ଜଳୁଛି । ଏଠାରେ ଅଣ ଅଦିବାସି ମୈତେଇ ସମୁଦାୟ ଓ ଆଦବାସୀଙ୍କ ମଧ୍ୟରେ ହିଂସା ଲଗିରହିଛି । ମୈତେଇ ମଣିପୁରର ସବୁଠାରୁ ବଡ଼ ଓ ପ୍ରମୁଖ ଜାତୀୟ ସମୁହ ଅଟେ । ମଣିପୁରରେ ମୈତେଇ ସଂପ୍ରଦାୟର ସଂଖ୍ୟା ୫୩ ପ୍ରତିଶତ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଇମ୍ଫାଲ ଘାଟିରେ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଆଦିବାସୀ । ସେମାନଙ୍କ ମଧ୍ୟରେ ନାଗା ଓ କୁଫି ସମୁଦାୟ ମଧ୍ୟ ସାମିଲ ଅଛନ୍ତି । ଏମାନେ ଅଧିକାଂଶ ପାହାଡି ଜିଲ୍ଲାରେ ରୁହନ୍ତି । କେବଳ ମଣିପୁର ନୁହେଁ ପୂର୍ବତ୍ତରର ଅନ୍ୟ ରାଜ୍ୟ ଆସାମ, ତ୍ରୀପୁରା, ନାଗାଲାଣ୍ଡ, ମେଘାଳୟ ଓ ମିଜୋରାମ ରେ ମଧ୍ୟ ମୈତେଇ ଲୋକମାନେ ରହିଥାନ୍ତି । ଏହା ବ୍ୟତିତ ମିଆଁମାର ଓ ବାଲାଂଦେଶ ରେ ମଧ୍ୟ ମୈତେଇ ସମୁଦାୟ ବସବାସ କରନ୍ତି । ମଣିପୁରରେ ହୋଇଥିବା ହିଂସାରେ ମଧ୍ୟ ମୈତେଇ ସମାଜ ଅଛି । ମୈତେଇ ସମୁଦାୟ ଅନେକ ସମୟ ଧରି ଅନୁସୂଚିତ ଜନଜାତି ଅର୍ଥାତ ‘ଏସଟି’ ର ସ୍ଥାନ ମାଗୁଛନ୍ତି ।

ମଣିପୁର ହାଇକୋର୍ଟର ଚିଫ ଜଷ୍ଟିସ ଏମବି ମୁରଲିଧରନ ୨୦ ଏପ୍ରିଲରେ ଏହି ମାମଲାରେ ଏକ ଅଦେଶ ଦେଇଥିଲେ । ଏହି ଆଦେଶରେ ହାଇକୋର୍ଟ ରାଜ୍ୟ ସରକାର ମୈତେଇ ସଂମ୍ପ୍ରଦାୟକୁ ମଧ୍ୟ ଅନୁସୂଚିତ ଜନଜାତିର ସ୍ଥାନ ଦେବାପାଇଁ ବିଚାର କରିବା ପାଇଁ କହିଥିଲେ । କୋର୍ଟର ଏହି ନିଷ୍ପତ୍ତିର ପ୍ରତିବାଦରେ ମେ’ ୩ ତାରିଖରେ (ଏଟିଏସୟୁଏମ) ‘ମଣିପୁର ଆଦିବାସୀ ଏକତା ମାର୍ଚ୍ଚ’ ରାଲି ବାହାର କରିଥିଲେ ଏହି ରାଲି ମୈତେଇ ସମୁଦାୟଙ୍କୁ ଅନୁସୂଚିତ ଜନଜାତିର ସ୍ଥାନ ଦେବାକୁ ପ୍ରତିବାଦ କରି ବାହାରିଥିଲା । ଏହି ରାଲି ମଧ୍ୟରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଭିଡକୁ ଭାଙ୍ଗିବା ପାଇଁ ପୋଲିସ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲେ । ମେ’ ୩ ତାରିଖ ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ଏତେ ବିଗିଡି ଯାଇଥିଲା ଯେ ରାଜ୍ୟ ସରକାର କେନ୍ଦ୍ରସରକାରଙ୍କୁ ସାହାଯ୍ୟ ମାଗିଥିଲେ । ପରବର୍ତ୍ତୀ ସମୟରେ ସେନା ଓ ପାରାମିଲ୍ଟାରି ଫୋର୍ସକୁ ସେଠାରେ ମୁତୟନ କରାଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି