ଛାଡ଼ପତ୍ର ପରେ ପୁଣି ବିବାହ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପୁଣିଥରେ ନୂଆକରି ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଜ୍ୱାଲା ଏବଂ ବିଷ୍ଣୁ । ତାମିଲ ଫିଲ୍ମ ସୁପରଷ୍ଟାର ବିଷ୍ଣୁ ବିଶାଲ ଏବଂ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ତାଙ୍କର ବିବାହ ତାରିଖ ଘୋଷଣା କରିଛନ୍ତି । ଦୁଇଜଣ ଏହି ମାସ ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। ପରସ୍ପର ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ଅଭିନେତା ବିଷ୍ଣୁ ବିଶାଲ ଟ୍ୱିଟରରେ ବିବାହ କାର୍ଡ ସେୟାର କରି ଲେଖିଛନ୍ତି, “ଜୀବନ ହେଉଛି ଏକ ଯାତ୍ରା ଟ୍ଟ ଏହାକୁ ଆଲିଙ୍ଗନ କର ଟ୍ଟ ବିଶ୍ୱାସ ରଖ ଏବଂ ଆଗକୁ ବଢ ଟ୍ଟ ଆପଣଙ୍କ ଭଲପାଇବା ଏବଂ ସମର୍ଥନ ସବୁଥର ପରି ଆବଶ୍ୟକ ।”

ଏହି ବିବାହ ସମାରୋହ ସମ୍ପୁର୍ଣ୍ଣ ବ୍ୟକ୍ତିଗତ ହେବ, ଯେଉଁଥିରେ କେବଳ ପରିବାର ଏବଂ ନିକଟ ସମ୍ପର୍କୀୟ ଯୋଗଦେବେ । ବିଷ୍ଣୁ ବିଶାଲା ଏବଂ ଜ୍ୱାଲା ଗୁଟ୍ଟା ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ଗତ ବର୍ଷ ଏହି ଦମ୍ପତି ବିବାହ କରିଥିଲେ । କିନ୍ତୁ ପରେ ପରସ୍ପରକୁ ଛାଡପତ୍ର ଦେଇଥିଲେ, ଏବେ ନିଜ ଜୀବନକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛନ୍ତି । ଗତ ମାସରେ, ବିଷ୍ଣୁ କହିଥିଲେ ଯେ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ମୁଁ ଏହାକୁ ନେଇ ବହୁତ ଖୁସି ଏବଂ ଉତ୍ସାହିତ ଅଛି ।

ନିକଟରେ ବିଷ୍ଣୁ ତାଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି । ବିଷ୍ଣୁ ବିଶାଲ ମଧ୍ୟ ଜଣେ ସ୍ପୋର୍ସ ପର୍ସନ ଥିଲେ । ସେ କ୍ରିକେଟ୍ ଖେଳିବା ସହିତ ଏମବିଏ ମଧ୍ୟ କରୁଥିଲେ । ତେବେ ପରେ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ତାମିଲ ସିନେମାକୁ ବିଷ୍ଣୁ ଏକରୁ ଅଧିକ ଫିଲ୍ମ ଦେଇଛନ୍ତି।ତେବେ ତାଙ୍କ ଫ୍ୟାନ୍ସମାନେ ସେମାନଙ୍କ ବିବାହକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । କମେଣ୍ଟ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ