Masthead

ଯୌତୁକ ଦାବିରେ ବୋହୂର ତଣ୍ଟିଚିପି ହତ୍ୟା କଲେ ଶାଶୁଘର ଲୋକ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ସମାଜରେ ନରରୁପି ରାକ୍ଷସ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି।ଆଇନକୁ ଅର୍ଥବଳରେ ବାନ୍ଧି ଜୀବନ ନବାକୁ ପଛାଉ ନାହାନ୍ତି ଆଜିର ମଣିଷ।ଏମିତି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ପଗଡ଼ ଗ୍ରାମରେ।କ୍ଷୀରସିନ୍ଧୁ ମହାପାତ୍ରଙ୍କ ପୁଅ ପ୍ରଭଞନ ଦାସ ମହାପାତ୍ର ଏରଡା ଗ୍ରାମ ଦେବାଷିସ ବେହେରାଙ୍କ ଝିଅ ମଧୁସ୍ମିତାକୁ ବୈଦିକ ରିତିନୀତିରେ ବିବାହ ଦେଇଥିଲେ।ତାଙ୍କର ଗୋଟିଏ ୨ବର୍ଷର ପୁଆଟିଏ ଅଛି।

ଗତ ୨୪ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଝିଅଘର ଲୋକେ ଶୁଣିବାକୁ ପାଇଥିଲେ। ଝିଅ ଘର ଲୋକେ ଆସି ଦେଖିବା ବେଳକୁ ଝିଅର ମଲା ଶରିର ଘରେ ପଡି ରହିଥିଲା ।ଝିଅଘର ପରିବାରଙ୍କ କହିବା କଥା ଦୀର୍ଘଦିନ ହେବ ଆମ ଝିଅକୁ ଶାଶୁଘର ଲୋକେ ଯୌତୁକ ନିର୍ୟାତନା ଦେଇ ଆସୁଥିଲେ ଶେଷରେ ମୋ ଝିଅକୁ ମାରିଦେଲେ ।

ଏନେଇ ସାବରଙ୍ଗ ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା ।
ଅଭିଯୋଗ ମୁଳେ ପୋଲିସ ସ୍ୱାମୀ ପ୍ରଭଞନ ଦାସ ମହାପାତ୍ରଙ୍କୁ ଗିରଫ କରିବା ସହିତ ଶବବ୍ୟବଛେଦ ପାଇଁ ଭଦ୍ରକ ମେଡିକାଲ କୁ ପଠାଇଛି ।ଝିଅର ପରିବାରଙ୍କ ଅଭିଯୋଗ ଆମଝିଅର ହତ୍ୟାକାରି ମାନଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି