Masthead

ଭଟିଣ୍ଡ। ମିଲିଟାରୀ ଷ୍ଟେସନରେ ଗୁଳିମାଡ଼, ୪ ମୃତ

ପଞ୍ଜାବ (ବଡ଼ ଖବର ବ୍ୟୁରୋ):  ପଞ୍ଜାବ ଭଟିଣ୍ଡ। ମିଲିଟାରୀ ଷ୍ଟେସନରେ ଗୁଳିମାଡ଼, ୪ ମୃତ । ଭୋର ୪.୩୫ ରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡ ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । କ୍ୟାଣ୍ଟେନମେଣ୍ଟ ଏରିଆକୁ ସିଲ କରି ଦିଆଯାଇଛି। ଛାଓ୍ବନିରେ ଏହି ଘଟଣା ପରେ କାହାକୁ ଭିତରକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାଣ୍ଟରେ ଫାୟରିଂ ହୋଇଛି ଓ ଏଥିରେ ୪ ଜଣ ଯବାନ ଶହୀଦ ହୋଇଛନ୍ତି। ସେନାର ଦକ୍ଷିଣ ପଶ୍ଚିମ କମାଣ୍ଡ ଏକ ବୟାନ ଜାରି କରି କହିଛନ୍ତି, ବଠିଣ୍ଡା ମିଲିଟ୍ରି ଷ୍ଟେସନ ଭିତରେ ବୁଧବାର ସକାଳେ ପ୍ରାୟ ୪ଟା ୩୫ରେ ଫାୟରିଂ ଘଟଣାରେ ଅତିକମରେ ୪ଜଣଙ୍କ ମୃତ୍ୟୁ ହୋଇଛି।

ଷ୍ଟେସନର କ୍ୱିକ ରିଆକ୍ସନ ଟିମକୁ ସକ୍ରିୟ କରି ଦିଆଯାଇଛି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସିଲ କରି ଦିଆଯିବା ସହ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେନା ପଞ୍ଜାବ ପୋଲିସର ଜଣେ ବଡ ଅଧିକାରୀଙ୍କୁ କହିଛନ୍ତି, କି ଏହା ଆତଙ୍କବାଦୀ ଘଟଣା ନୁହେଁ। ଫାୟରିଂ ୮୦ ମିଡିୟମ ରେଜିମେଣ୍ଟ ଆର୍ଟିଲରି ଅଫିସର୍ସ ମେସରେ ହୋଇଛି। କିଛିଦିନ ପୂର୍ବରୁ ୟୁନିଟର ଗାର୍ଡ ରୁମରେ ଏକ ଆସଲ୍ଟ ରାଇଫଲ ହଜି ଯାଇଥିଲା। ଲାଗୁଛି ସେହିଥିରେ ଏହି ଫାୟରିଂ ହୋଇଛି। ସେପଟେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରି ପଚରା ଉଚରା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର