Before Header

ବଲିଉଡର ଚର୍ଚ୍ଚିତ ମୃତ୍ୟୁ…

0 43

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଅନେକ ପ୍ରଶ୍ନ ଉଠିଥିଲା । ସେ ଆତ୍ମହତ୍ୟା କଲେ ନା ତାଙ୍କୁ ହତ୍ୟା କରାଯାଇଛି ସେହି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ସୁଶାନ୍ତଙ୍କ ମୃତ୍ୟୁ ପରେ ସାଧାରଣରେ ଗୋଟିଏ କଥା ଶୁଣିବାକୁ ମିଳିଥିଲା ଯେ ଜଣେ ଅଭିନେତାର ଜୀବନ ଏତେ ସହଜ ଆଉ ସରଳ ନୁହେଁ । ସବୁବେଳେ ଅନେକ ଜଣଙ୍କ ନଜର ସେମାନଙ୍କ ଉପରେ ଥାଏ । ଲୋକଙ୍କ ଭଲ ପାଇବା ଆଉ ବିଶ୍ୱାସ ମଧ୍ୟ ଲୋକଙ୍କର ଥାଏ । ଏଇ ଯେମିତି ସୁଶାନ୍ତ ସିଂଙ୍କ କ୍ଷେତ୍ରରେ ଦେଖିବାକୁ ମଳିଥିଲା । ସୁଶାନ୍ତଙ୍କ ମୃତଦେହ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟର ଷଷ୍ଠ ଫ୍ଲୋରରେ ଦେଖିବାକୁ ମିଳିଥିଲା । ଅପରାହ୍ଣ ସମୟରେ ଏ ଖବର ଆସିବା ପରେ ପୂରା ଦେଶ ସ୍ତବ୍ଧ ହୋଇଥିଲା । ପୋଲିସର କହିବା ଅନୁଯାୟୀ ଏହା ଆତ୍ମହତ୍ୟା ଥିଲା । ତେବେ ସେଠାରୁ କୌଣସି ସୁସାଇଡ ନୋଟ ମିଳିନଥିଲା ।

ପ୍ରଥମେ ଟେଲିଭିଜନ ପରଦାରୁ ଆରମ୍ଭ ହୋଇଥିବା ସୁଶାନ୍ତଙ୍କ କ୍ୟାରିଅର ବଲିଉଡରେ ଅନେକ ଆଗକୁ ଯାଇଥିଲ।। ୨୦୧୩ରେ ବଲିଉଡ ଫିଲ୍ମ କାଇ ପୋ ଚେ ଜରିଆରେ ସେ ଡେବ୍ୟୁ କରିଥିଲେ । ପରେ ସେ ସୁଦ୍ଧ ଦେଶୀ ରୋମାନ୍ସ , ପିକେ, ଏମସ ଧୋନୀ ଦି ଅନଟୋଲ୍ଡ ଷ୍ଟୋରେୀ, କେଦାରନାଥରେ ଅଭିନୟ କରିଥିଲେ । ନେଟଫି୍ଲକ୍ସ ସିରିଜ ଡ୍ରାଇଭରେ ତାଙ୍କୁ ଦେଖିବାକୁ ମିଳିଥିଲା । ନିଜର ଅଭିନୟର ଯାତ୍ରାରେ ଜୀ ଟିଭରି ପବିତ୍ର ରିସ୍ତା ସିରିଏଲରୁ ଆରମ୍ଭ କରିଥିଲେ । ପରେ ଏମ ଏସ ଧୋନୀ ଚଳଚ୍ଚିତ୍ରରେ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଭୂମିକା ନିଭାଇଥିଲେ । ୨୦୧୬ରେ ଏହା ସେହି ବର୍ଷର ସବୁଠାରୁ ସଫଳ ଫିଲ୍ମ ଥିଲା। ୨୦୧୫ରେ ଆସିଥିବା ଡିଟେକ୍ଟିଭ ବ୍ୟୋମୋକେଶ ବକ୍ସିରେ ଦିବାକର ବାନାର୍ଜୀରେ ନିଜର ଅଭିନୟର ଦକ୍ଷତା ଦେଖାଇବା ସହ ଅନେକ ଜଣଙ୍କ ଅନେକ କଥାକୁ ଭୁଲ ପ୍ରମାଣିତ କରିଥିଲେ ।

ସୁଶାନ୍ତଙ୍କ ମୃତ୍ୟୁ ପରେ ବି ଟାଉନରେ ଚାଲିଥିବା ନୋପୋଟିଜିମ ସାମ୍ନାକୁ ଆସିଥିଲା । ଏବଂ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ତେବେ ସୁଶାନ୍ତ କାହିଁକି ଏଭଳି ଅନେକ ମୃତ୍ୟୁ ବଲିଉଡର ଅନେକ ଅଭିନେତା ଅଭିନେତ୍ରୀଙ୍କର ହୋଇଛି ଯାହାର ପ୍ରକୃତ କାରଣ ଜଣାପଡ଼ିନାହିଁ । ପ୍ରଥମେ ଆସିବା ଗୁରୁ ଦତ୍ତଙ୍କ ଉପରକୁ । ଗୁରୁ ଦତ୍ତ ହେଉଛନ୍ତି ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ, ପ୍ରଯୋଜକ ତଥା ଅଭିନେତ।। ଗୁରୁଦତ୍ତଙ୍କର ମାତ୍ର ୩୯ ବର୍ଷ ବୟସରେ ୧୯୬୪ରେ ପରଲୋକ ଘଟିଥିଲା । ନିଜର କ୍ଲାସିକାଲ ଫିଲ୍ମ ପାଇଂ ସେତେବେଳେ ସେ ବଲିଉଡରେ ଚର୍ଚ୍ଚାକୁ ଆସିଥିଲେ । କାଗଜ କା ଫୁଲ, ପ୍ୟାସା, ସାବହେବ ବିବି େଓøର ଗୁଲାମ ଏବଂ ଅନେକ । ଏହି ମହାନ ଅଭିନେକତାଙ୍କର ମୃତଦେହ ତାଙ୍କର ପେଡାର ରୋଡରେ ଥିବା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା । ସେତେବେଳେ ଏହାକୁ ନେଇ ଅନେକ କଥା ସାମ୍ନାକୁ ଆସିଥିଲା । ତାଙ୍କର ବୈବୈହିକ ଜୀବନ ଯୋଗୁ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି କୁହାଯାଇଥିଲା । ପତ୍ନୀ ଗୀତାଙ୍କ ଠାରୁ ଅଲଗା ହେବା ପରେ ସେ ଏକୁଟିଆ ରହୁଥିଲେ । ପରେ ସେ ନିଶା ସହ ଶୋଇବା ପାଇଁ ଟାବଲେଟ ନେଇଥିବା କଥା ଆସିଥିଲ।। ସେ ସୁସାଇଡ କରିଛନ୍ତି ନା ଅଧିକ ନିଶା ନେବାରୁ ତାଙ୍କର ମୃତ୍ୟୁ ହୋଇଛି ତାହାକୁ ନେଇ ଚର୍ଚ୍ଚା ହୋଇଥିଲା ।

ଏହା ପରେ ଆଉ ଜଣେ ଅଭିନେତ୍ରୀ ଯାହାଙ୍କର ମୃତ୍ୟୁକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ସେ ହେଉଛନ୍ତି ପରୱିନ ବାବି । ପ୍ରଥମ ବଲିଉଡ ଅଭିନେତ୍ରୀ ଭାବେ ସେ ଡାଇମସ୍ ମ୍ୟାଗାଜିନର ପ୍ରଚ୍ଛଦରେ ସ୍ଥାନ ପାଇଥିଲେ । ୧୯୭୬ରେ ସେ ସେ ସହି ପତ୍ରିକାର ପ୍ରଚ୍ଛଦରେ ସ୍ଥାନ ପାଇଥିଲେ । ୨୦୦୫ ଜାନୁଆରୀ ୨୫ରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପରୱିନ ବାବି ବଲିଉଡର ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୭୦ ଏବଂ ୮୦ ଦଶକରେ ତାଙ୍କର ଫିଲ୍ମ ଗୁଡ଼ିକ ଦର୍ଶକଙ୍କ ଦ୍ୱାରା ବେଶ ଅଦୃତ ହୋଇଥିଲା । ପରେ ସେ ନିଜକୁ ଏକୁଟିଆ ରଖିବା ଦେଖାଯାଇଥିଲା । ସେ ସୁସାଇଡ କରିଥିଲେ ନା ତାଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା ତାକୁ ନେଇ ଆଜି ମଧ୍ୟ ଚିତ୍ର ସ୍ପଷ୍ଟ ହୋଇପାରିନାହିଁ । ୯୦ ଦଶକର ଆଉ ଜଣ ଚର୍ଚ୍ଚିତ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମୃତ୍ୟୁ ନେଇ ମଧ୍ୟ ଅନେକ କଥା ସାମ୍ନାକୁ ଆସିପାରୁନାହିଁ । ୨୮ ବର୍ଷ ପରେ ମଧ୍ୟ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କର ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରୁନାହିଁ । ମାତ୍ର ୧୯ ବର୍ଷ ବୟସରେ ତାଙ୍କ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟର ବାଲକୋନୀରୁ ଖସି ମୃତ୍ୟୁ ହୋଇଥିଲା । ତେବେ ସେ ଭସି ପଡ଼ିଥିଲା ନା କିଛି ଦୁର୍ଘଟଣା ହୋଇଥିଲା ତାହା ବର୍ତ୍ତମାନ ମଧ୍ୟ ଜଣାପଡ଼ିନାହିଁ ।

ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ମଧ୍ୟ ଦିବ୍ୟାଭାରତୀଙ୍କ ମୃତ୍ୟୁର ରହସ୍ୟ ଜଣାପଡ଼ିନାହିଁ । ପାଞ୍ଚଟି ଫିଲ୍ମଫେୟାର ପୁରସ୍କାର ବିଜୟିନୀ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା ମାତ୍ର ୫୪ ବଷଜ୍ଞରେ ୨୦୧୮ ଫେବ୍ରୁଆରୀ ୨୪ରେ ଦୁବାଇରେ ପରଲୋକ ହୋଇଥିଲା । ତାଙ୍କ ପୁତୁରାଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ପ୍ରାଥମିକ ଭାବେ କାର୍ଡିଆକ ଆରେଷ୍ଟ ବା ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । ବାଥରୁମରେ ଥିବା ଟବରେ ସେ ପଡ଼ିଥିବା ବେଲେ ତାଙ୍କୁ ଉଦ୍ଧାର କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ସେ ଶ୍ୱାସରୁଦ୍ଧ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । ତେବେ ଏହା ବର୍ତ୍ତମାନ ମଧ୍ୟ ରହସ୍ୟରେ ରହିଛି ଯେ ତାଙ୍କର ମୃତ୍ୟୁ କେଉଁଭଳି ପରିସ୍ଥିତିରେ ହୋଇଛି । ଦେଶର ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀ ସିଲକ ସ୍ମିତାଙ୍କ ମୃତ୍ୟୁର ରହସ୍ୟ ମଧ୍ୟ ପଦାକୁ ଆସିନାହିଁ । ନିଜର ଅଭିନୟ ଯାତ୍ରାରେ ସେ ସେତେବେଳେ ଶୀର୍ଷରେ ଥିଲେ ।

୧୯୯୬ ସେପ୍ଟେମ୍ବର ୨୩ରେ ବ୍ୟକ୍ତିଗତ ଜୀବନରେ ଥିବା କିଛି ଅସୁବିଧାକୁ ନେଇ ସୁସାଇଡ କରିଥିଲେ । ଜଣେ ଚଳଚିତ୍ର ଅଭିନେତ୍ରୀ ଏବଂ ଶ୍ରେଷ୍ଠ କଳାକାର ଭାବେ ଆଦୃତି ପାଇଥିବା ସିଲକ ସ୍ମିତାଙ୍କର ମୃତ୍ୟୁର ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ସାମ୍ନାକୁ ଆସିପାରିନାହିଁ । କମଲ ହାସନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ସଦମାରେ ସେ ଅଭିନୟ କରିଥିଲା । କେବଳ ଏହି ଗୋଟିଏ ଚଳଚ୍ଚିତ୍ର ନୁହେଁ ଅନେକ ମୁଭିରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଆଉ ଜଣେ ଅବିନେତ୍ରୀ ହେଉଛନ୍ତି ଜିଆ ଖାନ୍ ଯାହାଙ୍କର ମୃତ୍ୟୁ ମଧ୍ୟ ଆଜିଯାଏ ରହସ୍ୟ ହୋଇ ରହିଛି ।୨୦୧୩ ଜୁନ ୩ରେ ୨୫ ବର୍ଷିଆ ଜିଆ ସୁସାଇଡ କରିଥିଲେ । ପୋଲିସର ପଚରା ୁଚରାବେଳେ ଜିଆଙ୍କ ମାଆ କହିଥିଲେ ଯେ ସେ ୬ ପୃଷ୍ଠାର ଗୋଟିଏ ସୁସାଇଡ ନୋଟ ଛାଡିଯାଇଛନ୍ତି ।

ଏଥିରେ ତାଙ୍କୁ କେଉଁଭଳି ନିର୍ଯ୍ୟାତନା ଦିଆଯାଉଥିଲା ସେ ସେକଥାକୁ ଲେଖିଥିଲୋ ତାଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୁରଜ ପାଞ୍ଚୋଲିଙ୍କୁ ପୋଲିସ ଗିରଫ କରିଥିଲା । ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଜିଆ ନିଶବ୍ଧରେ ଅଭିନୟ କରିଥିଲେ । ଏପ୍ରୁିଲ ୧ ୨୦୧୬ରେ ଟେଲିଦୁନିଆ ସ୍ତବ୍ଧ ହୋଇଥିଲା ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ମୃତ୍ୟୁକୁ ନେଇା ପ୍ରତ୍ୟୁଷାଙ୍କଅକ ମୃତଦେହ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା । ବାଲିକା ବଧୁ ଜରଆରେ ସେ ଲୋକଙ୍କ ପାଖରେ ଆଦୃତି ପାଇଥିଲେ। ଆଜିଯାଏ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ପାରିବାରିକ କାହାଣୀର ମାଷ୍ଟର ମନମୋହନ ଦେଶାଇଙ୍କର ୧୯୯୪ ମାର୍ଚ୍ଚ ୧ରେ ପରଲୋକ ହୋଇଥିଲା । ନିଜ ବାଲକୋନୀରୁ ଖସି ତାଙ୍କର ମୃତ୍ୟୁ ହୋଇଥିଲା । ଏ ପର୍ଯ୍ୟନ୍ତ ମଧ୍ୟ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇନାହିଁ । ଅମିତାଭ ବଚ୍ଚନଙ୍କ କ୍ୟାରିଅରକୁ ଟ୍ରାକକୁ ଆଣିଥିବା ମନେମୋହନଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠିପାରିନାହିଁ । ଅନ୍ୟ ଜଣେ ଅଭିନେତ୍ରୀ ତଥା ଭିଜେ ନସିଫା ଜୋସେଫଙ୍କର ମୁତଦେହ ମଧ୍ୟ ତାଙ୍କ ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ୨୦୦୪ ଜୁଲାଇ ୨୯ରେ ତାଙ୍କର ମୃତଦେହ ମିଳିଥିଲା । ପରିବାରର କହିବା ଅନୁଯାୟୀ ତାଙ୍କ ବାହାଘର ଭାଙ୍ଗିବା ପରେ ସେ ଏଭଳି ପଦକ୍ଷେପ ନେଇଥିଲେ । ନିଜ କ୍ୟାରିଅର ଶ୍ରେଷ୍ଠ ସାଥ୍ନରେ ଥିବା ବେଳେ ଏଭଳି ଏକ ଘଟଣା ଘଟିଥିଲା । ସେଜଲ ଶର୍ମା ଷ୍ଟାର ପ୍ଲସର ଲୋକପ୍ରିୟ ଧାରବାହିକ ଦିଲ ତୋ ହାପି ହେ ଜୀରେ ସେ ନିଜର ଅଭିନୟର ଯାଦୁ ଦେଥାଇଥିଲେ । ୨୬ ବର୍ଷ ବୟସରେ ମିରା ରୋଡ ସ୍ଥିତ ବାସଭବନରୁ ଉଦ୍ଧାର ହୋଇଥିଲା । ୨୦୨୦ ଜାନୁଆରୀ ୨୪ରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ୨୦୧୯ରେ ସେ ଏହି ସିରିଅଲ ଜରିଆରେ ଡେବ୍ୟୁ କରିଥିଲେ । ତାଙ୍କ ସାଙ୍ଗଙ୍କ କହିବାଅନୁଯାୟୀ ସେଜଲ ଡିପ୍ରେସନରେ ଥିଲେ । ତାଙ୍କର ସୋ ସରିବା ପରେ କାମକୁ ନେଇ ଚିନ୍ତିତ ଥିଲେ ।

ସେ କାମ ଖୋଜୁଥିବା ବେଳେ ତାଙ୍କୁ କାମ ମିଳୁନଥିଲା । ୨୦୨୦ ମେ ୨୬ରେ ଟେଲିଭିଜନ ଅଭିନେତା ପ୍ରକାଶ ମେହାତା ନିଜର ଇନ୍ଦୋର ସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ । ୨୫ ବର୍ଷୀୟ ଏହି ଅଭିନେତା କ୍ରାଇମ ପେଟ୍ରୋଲ, ମେରି ଦୁର୍ଗା ଭଳି ଅନେକ ଟେଲି ସିରିଏଲରେ ଅଭିନୟ କରିଥିଲେ । ଫିଲ୍ମ ଏବଂ ଟେଲି ଜଗତର ଆଉ ଜଣେ ଚର୍ଚ୍ଚିତ ଅଭିନେତା କୁଶାଲ ପଞ୍ଚାବୀଙ୍କର ମୃତଦେହ ମଧ୍ୟ ମୁମ୍ବାଇ ଆପାର୍ଟମେଣ୍ଟରୁ ୨୦୧୯ ଡିସେମ୍ବର ୨୬ରେ ଉଦ୍ଧାର ହୋଇଥିଲା । ସେ ଛାଡିଯାଇଥିବା ସୁସାଇଡ ନୋଟରେ କାହକୁ ଏଅଅଥିପାଇଁ ଦାୟୀ କରିନାହାନ୍ତି । ଅନେକ ଚର୍ଚ୍ଚିତ ଟିଭି ସିରିଏଲରେ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ । ଏଫଭଳି ଅନେକ ଅଭିନେତା ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ଆଜି ଯାଏ ପରଦା ଉଠିପାରିନାହିଁ ।

Leave A Reply

Your email address will not be published.