Masthead

ରାଜ କୁନ୍ଦ୍ରାଙ୍କ ଠାରୁ ୯୮ କୋଟି ଟଙ୍କା ଜବତ କଲା ଇଡି

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ଲାଗିଛି ଶକ୍ତ ଝଟକା। ରାଜଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଏହା ମଧ୍ୟରେ ବହୁ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାଯାଇଛି । ତେବେ ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ତାଙ୍କର ଜୁହୁ ସ୍ଥିତ ଫ୍ଲାଟ୍ ମଧ୍ୟ ରହିଛି, ଯାହାକି ଶିଳ୍ପା ସେଟ୍ଟୀଙ୍କ ନାଁରେ ଥିଲା । ପିଏମଏଲଏ ଆକ୍ଟ ଅନୁସାରେ ଇଡି ରାଜ କୁନ୍ଦ୍ରାଙ୍କ ବିରୋଧରେ ଏହି ଆକ୍ସନ ନେଇଛି । ଇଡି ଜବତ କରିଥିବା ସମ୍ପତ୍ତି ଭିତରେ ରାଜଙ୍କର ଜୁହୁ ସ୍ଥିତ ଫ୍ଲାଟ୍, ପୁଣେର ଏକ ବଙ୍ଗଳା ଏବଂ ତାଙ୍କ ନାମରେ ଥିବା ଇକ୍ୱିଟି ସେୟାର ମଧ୍ୟ ସାମିଲ ଅଛି ।

ସୂଚନାଯୋଗ୍ୟ ଯେ, ପ୍ରଥମେ Variable Tech Private Limited ନାମକ ସଂସ୍ଥା ନାଁରେ ମହାରାଷ୍ଟ୍ର ପୁଲିସ୍‌ ଓ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାର ତଦନ୍ତ ଭାର ଇଡି ହାତକୁ ଚାଲି ଯାଇଥିଲା। ଇଡି ଯାଞ୍ଚରୁ ଖୁଲାସା ହେଇଥିଲା ଯେ, ରାଜ କୁନ୍ଦ୍ରା ଏହି ଘୋଟାଲାରେ ମାଷ୍ଟରମାଇଣ୍ଡ ଅମିତ ଭରଦ୍ୱାଜଙ୍କ ପାଖରୁ ୨୮୫ ବିଟ୍ କଏନ୍ ନେଇଥିଲେ । ଏହି ବିଟକଏନ୍ ୟୁକ୍ରେନରେ ଖଣି ଉତ୍ତୋଳନ ନିବେଶ ପାଇଁ ମିଳିଥିଲା । ହେଲେ ସେଭଳି କିଛି ବି ହେଇନଥିଲା, ଆଉ ଏ ବିଟକଏନ୍ ତାଙ୍କରି ପାଖରେ ହିଁ ରହିଥିଲା । ବର୍ତ୍ତମାନ ଏହି ବିଟକଏନର ମୂଲ୍ୟ ପାଖାପାଖି ୧୫୦ କୋଟିରୁ ଅଧିକ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି