Masthead

ରାଜନୀତିରେ ଅଭିନେତ୍ରୀ ଝିଲିକି ଙ୍କ ଏଣ୍ଟ୍ରି

କୋରେଇ (ବଡ଼ ଖବର ବ୍ୟୁରୋ):ରୋଚକ ମୋଡରେ କୋରେଇ ରାଜନୀତି । ବବିଙ୍କୁ ଚେକ ଦେବାକୁ କୋରେଇରେ ଝିଲିକି ଙ୍କ ଏଣ୍ଟ୍ରି ଉଦ୍ୟମ । କୋରେଇ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କୋରେଇ ନିର୍ବାଚନ ମଣ୍ଡଳୀ କୁ ନେଇ ଘଡେଇ ପରିବାର ଓ ଦାସ ପରିବାର ମଧ୍ୟରେ ଛକପଞ୍ଝା । ଏବେ କୋରେଇ ରେ ଘଡେଇ ପରିବାରର ବୋହୁଙ୍କୁ ନେଇ ଚର୍ଚ୍ଚା । କୋରାଇ ବିଧାନସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ ହେବାକୁ ମନବଳାଇଲେ ଓଲିଉଡ ଅଭିନେତ୍ରୀ ଝିଲିକି ଭଟ୍ଟାଚାର୍ଯ୍ୟ। ମନ୍ତ୍ରୀ ତଥା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ପତ୍ନୀ ଝିଲିକିଙ୍କୁ ଏଥର କୋରାଇରୁ ପ୍ରାର୍ଥୀ କରିବାକୁ ଦାବି କଲେ କୋରାଇ ବିଜେଡ଼ି କର୍ମୀ ।

ଶତାଧିକ ସମର୍ଥକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଯାଜପୁର ରୋଡ଼ ସ୍ଥିତ ବାସଭବନରେ ପହଞ୍ଚି  ଝିଲିକିଙ୍କୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି । କୋରାଇ ବାସୀଙ୍କ ସହଯୋଗ, ସମର୍ଥନ ଓ ଦାବିକୁ ପାଥେୟ କରି ଝିଲକି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳୀୟ ଟିକେଟରେ ଲଢ଼ିବାକୁ ସୁଯୋଗ ଦେବାକୁ ଅନୁରୋଧ ଜଣାଇଛନ୍ତି । ଯାହାକୁ ନେଇ ତାଙ୍କ ବାସଭବନରେ କର୍ମୀ ସମର୍ଥକଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ