ରୁଷ ରାଷ୍ଟ୍ରପତିଙ୍କ ମାରିଅପୋଲ ପରିଦର୍ଶନ, ଚିନ୍ତାରେ ବିଶ୍ୱ ସମୁଦାୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରୁଷ ଓ ୟୁକେୟନ୍ ମଧ୍ୟରେ ଚାଲିଛି ଘାମାଘୋଟ ଲଢେଇ । ଉଭୟ ପକ୍ଷର ଅନେକ ସୈନ୍ୟ ମୃତାହତ ହେଲେଣି । କ୍ଷୟକ୍ଷତି ଆକଳନ କରିବା ମୁସ୍କିଲ । ଏହାରି ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ମାରିଅପୋଲ ପରିଦର୍ଶନ କରିବା ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଦେଇଛି । ଯୁଦ୍ଧ ମଧ୍ୟରେ ପୁଟିନ ମାରିଅପୋଲରେ କାହିଁକି ପହଞ୍ଚିଲେ? ରୁଷ କିଛି ବଡ କଥା ଚିନ୍ତା କରୁଛି କି ବୋଲି ରାଜନୀତିଜ୍ଞଙ୍କ ମନରେ ପ୍ରଶ୍ନ ଉଙ୍କି ମରୁଛି । ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ମାରିଅପୋଲରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପୁଟିନଙ୍କ ଏହି ଗସ୍ତ ୟୁକ୍ରେନର ଚିନ୍ତା ବଢାଇ ଦେଇଛି । ରୁଷର ସମ୍ପକୂର୍ଣ୍ଣ ନିୟନ୍ତ୍ରଣରେ ଥିବା ମାରିଅପୋଲର ବାସିନ୍ଦାମାନଙ୍କ ସହ ରାଷ୍ଟ୍ରପତି ପୁଟିନ୍ କଥା ହୋଇଛନ୍ତି । ଲୋକଙ୍କ ଅଭାବ ଅସୁବିଧା ରାଷ୍ଟ୍ରପତି ବୁଝିବା ସହ ମାରିଅପୋଲର ଅନେକ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଛନ୍ତି । ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଦ୍ୱାରା ଗିରଫ ୱାରେଣ୍ଟ ଜାରି କରାଯିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପ୍ରଥମ ଥର ଲାଗି ମାରିଅପୋଲ ସରକାରୀ ଗସ୍ତରେ ଯାଇଥିଲେ । ଗତ ବର୍ଷ ୟୁକ୍ରେନଠାରୁ ମାରିଅପୋଲ ସହରକୁ ରୁଷ ଛଡ଼ାଇ ନେଇଛି । ହେଲିକପ୍ଟର ଯୋଗେ ସେ ରୁଷ ଅଧିକୃତ ମାରିଅପୋଲରେ ପହଞ୍ଚି ଥିଲେ । ପରେ କାରରେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ରୁଷ ସେନା ଦଖଲରେ ଥିବା ମାରିଅପୋଲରେ ନିଜେ କାର ଚଳାଇ ପୁଟିନ୍ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ । ପୁଟିନଙ୍କ ମାରିଅପୋଲ ଗସ୍ତକୁ ୟୁକ୍ରେନବାସୀ ଭଲ ଦୃଷ୍ଟିରେ ଦେଖୁନାହାନ୍ତି । ସେମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି । ମାରିଅପୋଲ ୟୁକ୍ରେନର । ଏହାକୁ ରକ୍ଷା କରିବା ପାଇଁ ହୋଇଥିଲା ଭଙ୍କର ଯୁଦ୍ଧ । ଏହି ସହର ଦଖଲ କରିବା ସମୟରେ ରୁଷ ସୈନ୍ୟଙ୍କୁ କଡ୍ଡା ମୁକାବିଲାର ସମ୍ମୁଖିନ ହେବାକୁ ପଡିଥିଲା । ୟୁକ୍ରେନ ସୈନ୍ୟ ଏବଂ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲା ରୁଷ । ଏଭଳି ପରିସ୍ଥିତିରେ ପୁଟିନଙ୍କ ମାରିଅପୋଲ ଗସ୍ତ ସ୍ପଷ୍ଟ କରିଛି ରୁଷ କେବେ ୟୁକ୍ରେନ୍ ନିକଟରେ ନତମସ୍ତକ ହେବ ନାହିଁ । ୟୁକ୍ରେନ୍ ବିରୋଧରେ ରୁଷର ସାମରିକ କାର୍ଯ୍ୟାନୁଷ୍ଟାନ କେବେ ହେଲେ ବନ୍ଦ ହେବ ନାହିଁ। ପୁଟିନ ଏହା ମଧ୍ୟ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେ ମାରିଅପୋଲ ବର୍ତ୍ତମାନ ରୁଷର ଏକ ଅଂଶ। ରୁଷ ସେନା କୌଣସି ପରିସ୍ଥିତିରେ ମାରିଅପୋଲ ସହରରୁ ପଛକୁ ହଟିବ ନାହିଁ।

ରୁଷ ରାଷ୍ଟ୍ରପତି ପୁଟିନ ମାରିଅପୋଲ ଯାଇ ବିଶ୍ୱବାସୀଙ୍କୁ କହିଛନ୍ତି ଯେ ବିଭବଶାଳୀ ମାରିଅପୋଲ ସହର ବର୍ତ୍ତମାନ ରୁଷର ହୋଇପାରିଛି। ମାରିଅପୋଲ ରାସ୍ତାରେ ପୁଟିନଙ୍କ ନିଜ କାର ଚଳାଇ ଏହି ସହରକୁ ରୁଷର ଏକ ଅଂଶ ଭାବରେ ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ କୌଣସି ବୁଝାମଣା, ଚୁକ୍ତିନାମା କିମ୍ବା ଚାପ ବର୍ତ୍ତମାନ ଏହି ସହରକୁ ରୁଷର ଦଖଲରୁ ମୁକ୍ତ କରିପାରିବ ନାହିଁ। ପୁଟିନଙ୍କ ଉଦ୍ଦେଶ୍ୟ ହେଉଛି ତାଙ୍କର ସଂକଳ୍ପ କେତେ ଶକ୍ତିଶାଳୀ ତାହା ସମଗ୍ର ବିଶ୍ୱକୁ ଜଣାଇବା। ମାରିଆପୋଲ ଗସ୍ତର ଦୁଇଦିନ ପୂର୍ବରୁ ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛି । ମାରିଅପୋଲରେ ପହଞ୍ଚି ପୁଟିନ ଦର୍ଶାଇଛନ୍ତି ଯେ ସେ ଏପରି ୱାରେଣ୍ଟକୁ ଭୟ କରନ୍ତି ନାହିଁ। ଆମେରିକା ଏବଂ ନାଟୋ ଦେଶଗୁଡିକ ପାଇଁ ଏହା ଏକ ବାର୍ତ୍ତା, ଯେଉଁମାନେ ରୁଷକୁ ଘେରିବାକୁ ଚେଷ୍ଟା କରୁଛନ୍ତି। ରୁଷର ଶତ୍ରୁମାନଙ୍କୁ କୁଟିନ କହିବାକୁ ଚେଷ୍ଟା କରିଛନ୍ତି ଯେ ସେମାନେ ପଛକୁ ଫେରିବେ ନାହିଁ । ୟୁକ୍ରେନରେ ରୁଷର ସାମରିକ କାର୍ୟ୍ୟନୁଷ୍ଠାନ ବନ୍ଦ ହେବ ନାହିଁ। ପୁଟିନଙ୍କ ମାରିଅପୋଲ ଗସ୍ତ ୟୁକ୍ରେନକୁ ପାଶ୍ଚାତ୍ୟ ଦେଶଗୁଡିକର ସହଯୋଗ ବନ୍ଦ କରିବା ପାଇଁ ଏକ ଚେତାବନୀ । ସହଯୋଗୀ ଦେଶଗୁଡିକ ୟୁକ୍ରେନକୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦେଇପାରନ୍ତି । ପୁଟିନ ଦର୍ଶାଇବାକୁ ଚେଷ୍ଟା କରିଥିଲେ ଯେ ଯଦି ୟୁକ୍ରେନ ମାରିଅପୋଲକୁ ମୁକ୍ତ କରିପାରୁ ନାହିଁ ତେବେ ରୁଷ ଅନ୍ୟ ସହର ଦଖଲ ପାଇଁ ଉଦ୍ୟମ ନିଶ୍ଚୟ କରିବ । ଦୀର୍ଘ ସମୟ ଧରି ରୁଷର ଆକ୍ରୋଶକୁ ପ୍ରତିହତ କରିବାକୁ ୟୁକ୍ରେନର ଶକ୍ତି ନାହିଁ । ୟୁକ୍ରେନ ତୁରନ୍ତ ରୁଷର ପ୍ରତ୍ୟେକ ସର୍ତ୍ତ ମାନିନେବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ