Masthead

ସାରା ରାଜ୍ୟ ଲକଡାଉନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନାକୁ ବେଲଗାମ ଲଗାମ କରିବା ପାଇଁ ଆଜି ଠାରୁ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ କୌଣସି ପ୍ରକାରରେ ରୋକ ଲାଗୁନି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ମଧ୍ୟ ରେକର୍ଡ ପାର କରିଛି । ଏହି କରୋନାର ଚେନକୁ ବ୍ରେକ କରିବା ପାଇଁ ସରକାର ପୂରା ଓଡିଶାକୁ ତାଲା ବନ୍ଦ କରିଛନ୍ତି ।

କିଛି ଜରୁରୀସେବାକୁ ଏହି ଲକଡାଉନରୁ ବାଦ ଦିଆଯାଇଥିବା ବେଳେ ଅନ୍ୟ ସମସ୍ତ ଉପରେ କଟକଣା ଲଗାଯାଇଛି । ସରକାରଙ୍କ ଘୋଷଣା ଅନୁସାରେ ସକାଳ ୬ ରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀର ଦୋକାନ ଖୋଲା ରହିଥିଲା । ବସ ସେବା ବନ୍ଦ ଥିବା ବେଳେ ଖାଁ ଖାଁ ହୋଇଛି ରାଜ୍ୟର ସମସ୍ତ ବସଷ୍ଟାଣ୍ଡ । କିଛି ଜାଗାରେ ଲୋକମାନେ ଚାଲିଚାଲି ବଜାର ଯାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । କାଁ ଭାଁ କିଛି ମାର୍କେଟରେ ଲୋକଙ୍କ ଗହଳି ଥିବା ବେଳେ ୧୨ଟା ପରେ ସଂପୂର୍ଣ୍ଣ ବନ୍ଦ ରହିଛି ସାରା ଓଡିଶା ଜରୁରି ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ନିଜ ଆଇ କାର୍ଡ ଦେଖାଇ ଯିବା ଆସିବା କରୁଛନ୍ତି । ଲକଡାଉନର ପ୍ରଭାବ ଓଡିଶାର ସବୁ ସ୍ଥାନରେ ଦେଖିବାକୁ ମିଳିଛି । ଟ୍ୱିନ ସିଟିରେ ମଧ୍ୟ ଲକଡାଉନକୁ କଡାକଡି ଭାବେ ପାଳନ କରାଯାଉଛି ।

ବିଭିନ୍ନ ଛକରେ ପୋଲିସ ପକ୍ଷରୁ କଡ଼ାକଡ଼ି ଚେକିଙ୍ଗ କରାଯାଉଛି । ଯାତୟାତ ସମସ୍ତ ପ୍ରମାଣପତ୍ରକୁ ତନତନ କରି ଯାଂଚ କରାଯାଉଛି । ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସକାଳ ୭ଟାରୁ ସହରର ୫୩ଟି ସ୍ଥାନରେ ଚେକିଂ ଚାଲିଛି । ୪୦ରୁ ୫୦ଜଣଙ୍କଠାରୁ ଫାଇନ ଆଦାୟ ହୋଇଛି । ଅନ୍ୟପଟେ ଘରକୁ ଯାଇ ଅଭିଯୋଗ ଶୁଣିଛି କମିସନରେଟ ପୋଲିସ । ଫୋନରେ ଅଭିଯୋଗ ପାଇ ଘରକୁ ଯାଇ ଏତଲା ଆଣିଲେ ନୟାପଲ୍ଲୀ ଥାନା ଅଧିକାରୀ । ୫୦୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ । ଏହାସହ ଅମାନିଆ ହୋଇ, ତାଲାବନ୍ଦ ବେଳେ ବଜାରରେ ବୁଲିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ତେବେ ପ୍ରଶାସନ ଯେତେ କଠୋର କାର୍ଯ୍ୟନୁଷ୍ଟାନ ଗ୍ରହଣ କଲେ ମଧ୍ୟ ଲକୋମାନେ ସଚେତନ ହେବା ନିହାତି ଦରକାର । ତାହେଲେ ହିଁ ଆମେ ଏହି କରୋନା ଚେନକୁ ଭାଙ୍ଗି ପାରିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ