ମୟୂରଭଞ୍ଜ(ବଡ଼ ଖବର ବ୍ୟୁରୋ): ଅକ୍ଟୋବର ୨୨ରେ ମୟୂରଭଞ୍ଜ ଯିବେ ନବୀନ । ଜିଲ୍ଲାର ବାଣ୍ଟିବେ ସ୍ମାର୍ଟ ହେଲ୍ଥ କାର୍ଡ । ୬ଲକ୍ଷ ହିତାଧିକାରୀ ଉପକୃତ ହେବେ ଏହି ସ୍ମାର୍ଟ ହେଲ୍ଥ କାର୍ଡରେ। ହସପିଟାଲରେ ଦେଖାଇଲେ ମିଳିବ ମାଗଣା ଚିକିତ୍ସା ସୁବିଧା। ରାଜ୍ୟର ୯୬ ଦଶମିକ ୫ଲକ୍ଷ ପରିବାରକୁ କାର୍ଡ ମିଳିବାକୁ ଥିବା ବେଳେ ଏଥିରେ ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ରାଜ୍ୟ ଓ ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ପାଇପାରିବେ ହିତାଧିକାରୀ ।
ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଏଥିସହ ମୟୂରଭଞ୍ଜରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୧ଶହ ୫୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ୩୨୦କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।