Masthead

୭ ବର୍ଷର ଶିଶୁକୁ ହତ୍ଯା କରିଥିବା ଅଭିଯୁକ୍ତ ଗିରଫ।

ହତ୍ଯା ବର୍ଣ୍ଣନା କଲା ଅଭିଯୁକ୍ତ। ଅନ୍ଧ ବିଶ୍ବାସର କରୁଣ ପରିଣତି ।

ଖନ୍ତାପଡା : ୭ ବର୍ଷର ଶିଶୁକୁ ହତ୍ଯା କରିଥିବା ଅଭିଯୁକ୍ତ ଗିରଫ। ହତ୍ଯା ବର୍ଣ୍ଣନା କଲା ଅଭିଯୁକ୍ତ। ୭ ଦିନ ପରେ ଅଭିଯୁକ୍ତ ଗିରଫ। ଅନ୍ଧ ବିଶ୍ବାସ ର କରୁଣ ପରିଣତ। ଠାକୁରଙ୍କ ସ୍ବପ୍ନାଦେଶ ପାଇ ନାବଳକକୁ ହତ୍ଯା କରିଥିଲା ଅଭିଯୁକ୍ତ। ଅଭିଯୁକ୍ତ ଠାରୁ ପ୍ରକାଶ ନାବାଳକକୁ ହତ୍ଯା କଲେ ତା ବୋହୂର ପିଲା ହେବ ପ୍ରକାଶ କରିଛି। ଗତ ୧୪ ତାରିଖର ଘଟଣା ବେକରେ ଦଉଡି ବାନ୍ଧା ୭ ବର୍ଷ ଶିଶୁକୁ ପୋଖରୀରେରୁ ଜଣେ ନାବାଳକକୁ ଉଦ୍ଧାର ହୋଇଥିଲା।
ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧିନ ଗୋପାଳପୁର ଫାଣ୍ଡି ନୂଆପୁର ଧଇଁଆ ସାହିର ଟିକିଲି ମଲ୍ଲିକଙ୍କ ୭ ବର୍ଷର ପୁଅ ହିମାଂଶୁ ନିଖୋଜ ହୋଇଯାଇଥିଲା । ଗାଁ ଲୋକେ ଖୋଜାଖୋଜି କରି ହିମାଂଶୁକୁ ନପାଇବାରୁ ଅଜା ରମାକାନ୍ତ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲା। ସକାଳୁ ହିମାଂଶୁର ମା କାର୍ଯ୍ୟକରୁଥିବା ଚିଙ୍ଗୁଡ଼ି ଫ୍ଯାଟ୍ରେରୀରୁ ଫେରି ଗାଁ ଲୋକଙ୍କ ସହ ମିଶି ହିମାଂଶୁକୁ ଖୋଜୁଥିବାବେଳେ ଘର ଠାରୁ ୩୦୦ ମିଟର ଦୂର ପୋଖରୀରୁ ହିମାଂଶୁର ଶବ ଉଦ୍ଧାର କରାଯାଇଥିଲା। ହିମାଂଶୁର ଶବ ଉଦ୍ଧାର ପରେ ତା ବେକରେ ଏକ ପ୍ଲାଷ୍ଟିକ ଦୌଡି ଯୋର କରି ବନ୍ଧା ଯାଇଥିବାର ଦେଖାଯାଇଥିଲା । ମୁତାବକ ହିମାଂଶୁର ଘର ଠାରୁ ୫୦୦ ମିଟର ଦୂର ମଶାଣି ଠାରେ ହିମାଂଶୁର ରକ୍ତଭିଜା ପ୍ୟାଣ୍ଟ କୁ ଗାଁ ଲୋକେ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ। ହିମାଂଶୁର ମା ଟିକିଲି ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ସେହି ଗୋପାଳପୁର ଫାଣ୍ଡି ନୂଆଗାଁରେ ଅଭିଯୁକ୍ତ ଲକ୍ଷ୍ମୀଧର ମଲ୍ଲିକକୁ ପୁଲିସ ଗିରଫ କରିବା ପରେ ନାବାଳକକୁ ହତ୍ଯା କରିଥିବା ସ୍ବିକାର କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ