Before Header

ଆହାତ ପତ୍ନୀଙ୍କୁ କାନ୍ଧରେ ବୋହିଲେ ବୃଦ୍ଧ

0 25

ପୁରୀ(ବଡ଼ ଖବର ବ୍ୟୁରୋ): ଆହାତ ପତ୍ନୀଙ୍କୁ କାନ୍ଧରେ ବୋହିଲେ ବୃଦ୍ଧ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଷ୍ଟେଚର ଓ ହ୍ୱିଲଚେୟାର ନମିଳିବାରୁ ଅସୁସ୍ଥ ପତ୍ନୀଙ୍କୁ କାନ୍ଧରେ ବୋହିଲେ ଜଣେ ଅଣ ଓଡ଼ିଆ ବୃଦ୍ଧ ।

ଅସୁସ୍ଥ ବୃଦ୍ଧା ଜଣକ ହେଲେ ମଧ୍ୟପ୍ରଦେଶର ୬୫ ବର୍ଷୀୟ କାଲା ବାଇ । କାଲା ବାଇ ଓ ତାଙ୍କ ସ୍ୱାମୀ ଭାଉ ସିଂ ପୁରୀ ବୁଲିବାକୁ ଆସିଥିଲେ । ଦମ୍ପତି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସମୁଦ୍ର କୂଳକୁ ପିଣ୍ଡ ଦାନ କରିବାକୁ ଯାଇଥିଲେ । ସେଠାରେ ପିଣ୍ଡ ଦାନ କରୁଥିବାବେଳେ ଜୁଆର ଟାଣି ନେବାରୁ କାଳା ପଡି ଯାଇଥିଲେ ।

ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ୱାମୀ ଭାଉ ସିଂ । କିନ୍ତୁ ସେଠାରେ କୌଣସି ସହାୟକ ନଥିବା ବେଳେ ଷ୍ଟେଚର କି ହ୍ୱିଲ ଚେୟାର ମଧ୍ୟ ମିଳିନଥିଲା । ପୁରୀ ଭଳି ଏକ ପର୍ଯ୍ୟଟନ କ୍ଷେତ୍ରରେ ଏଭଳି ଅବ୍ୟବସ୍ଥାକୁ ନେଇ ବୃଦ୍ଧ ଦମ୍ପତି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.