Masthead

୧୩ ଦିନରେ ୧୦ କୋଟି ଡୋଜ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ କମୁନଥିବା ବେଳେ ଟିକାକରଣରେ ଲଗାତାର ରେକର୍ଡ ସୃଷ୍ଟି କରିଛି ଭାରତ। ୭୦ କୋଟି ଟପିଲା ଟିକାକରଣ । ତେବେ କରୋନା ସହ ଲଢିବା ପାଇଁ ଟିକାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ବିଶ୍ୱରେ ଦୁଇଟି ନୂଆ ପ୍ରଜାତିର କରୋନା ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ବଢିବା ସମ୍ଭାବନା ରହିଛି । ଏହା ମଧ୍ୟରେ ଟିକାକୁ ନେଇ ଆସିଛି ଖୁସି ଖବର ଗତ ୧୩ ଦିନରେ ଦିଆଯାଇଛି ୧୦ କୋଟି ଡୋଜ୍ ।

ଶେଷ ୩ ଦିନ ହେଲା ଲଗାତାର ଭାବେ ପ୍ରତ୍ୟକ ଦିନ କୋଟିଏରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମ ୧୦ କୋଟି ଡୋଜ୍ ଦେବାକୁ ୮୫ ଦିନ ସମୟ ଲାଗିଥିଲା । ୧୦ରୁ ୨୦ କୋଟି ଅର୍ଥାତ ଦ୍ୱିତୀୟ ୧୦ କେଟି ଡୋଜ୍ ପାଇଁ ୪୫ ଦିନ ସମୟ ଲାଗିଥିଲା । ତୃତୀୟ ୧୦ କୋଟି ଡୋଜ୍ ପାଇଁ ୨୪ ଦିନ, ଚତୁର୍ଥ ୧୦ କୋଟି ଡୋଜ୍ ପାଇଁ ୨୦ ଦିନ, ପଂଚମ ୧୦ କୋଟି ଡୋଜ୍ ପାଇଁ ୧୯ ଦିନ ଲାଗିଥିଲା । କିନ୍ତୁ ୬୦ ରୁ ୭୦ କୋଟି ଡୋଜ୍ ଦେବା ପାଇଁ ମାତ୍ର ୧୩ ଦିନ ସମୟ ଲାଗିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ