ମୟୁରଭଞ୍ଜ କୃଷକ ତିଆରି କଲେ ଇଲେକ୍ଟ୍ରିକ୍ କାର

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): ଲକଡାଉନ୍ ଶିଖାଇଲା ବହୁତ କିଛି । ରୋଜଗାର ଛଡାଇଥିବା ଦିନ ବନାଇଛି ଆତ୍ମନିର୍ଭରଶୀଳ । ଏହି ଲକଡାଉନ୍ ସମୟରେ ମୟୁରଭଞ୍ଜର କୃଷକ ସାଜିଛି ମେକାନିକାଲ ଇଂଜିନିୟର । ତୈଳ ଦରକୁ ଆଖିଆଗରେ ରଖି ନିର୍ମାଣ କଲେ ବିଦ୍ୟୁତ ଚାଳିତ ଯାନ । ୟୁଟ୍ୟୁବ ଭିଡିଓ ଦେଖି୍ ବନାଇଛନ୍ତି ଏହି ଇଲେକ୍ଟ୍ରିକ୍ କାର । ଏହି ଇଲେକ୍ଟକ୍ ଯାନରେ ୮୫୦ ୱାଟ ମୋଟର ଲାଗି ଥିବା ବେଳେ ୧୦୦ଏଏଚ୍/୫୪ ଭୋଲ୍ଟ ବ୍ୟାଟେରୀ ବ୍ୟବହାର ହୋଇଛି । ଏହି ଇଲେକ୍ଟ୍ରିକ ଯାନ ନିର୍ମାଣ କାରୀ ହେଉଛନ୍ତି ମୟୁରଭଞ୍ଜର କୃଷକ ସୁଶୀଲ ଅଗ୍ରୱାଲ । ତେବେ ଏହି ଗାଡି ଥରେ ଚାର୍ଜ ହେବା ପରେ ୩୦୦ କିଲୋମିଟର ଚାଲିପାରିବ ବୋଲି ସୁଶୀଲ କହିଛନ୍ତି ।

ସେପଟେ ହୁ ହୁ ହୋଇ ଇନ୍ଧନର ଦର ବଢୁଥିବା ବେଳେ ପେଟ୍ରୋଲ ୯୧ ଟଙ୍କା ୯ ପଇସା ରେ ପହଂଚିଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୭୯ ପଇସାରେ ପହଂଚିଛି । ଯାହାର ଦର ଦେଖି ଲୋକମାନଙ୍କ ମୁଣ୍ଡରେ ଚଡକ ପଡୁଛି । ଏଭଳି କୌଣସି ଗୋଟିଏ ଦିନ ନାହିଁ ଯେଉଁଦିନ ଇନ୍ଧନର ଦର ବଢୁନାହିଁ । ଏହି ତୈଳ ଦର ବୃଦ୍ଧିକୁ ନେଇ ବାରମ୍ବାର ଲୋକମାନେ ଷ୍ଟ୍ରାଇକ କରୁଥିବା ବେଳେ ଏଥିରେ କୌଣସି ପ୍ରଭାବ ପଡୁନଥିବା ପ୍ରକାଶ କରିଛନ୍ତି ଲୋକେ । ଏନେଇ ମଧ୍ୟ ବହୁବାର ଲୋକେ ସରକାରଙ୍କୁ ଆକ୍ଷେପ ମଧ୍ୟ କରିଛନ୍ତି ହେଲେ କିଛି ସୁଫଳ ମିଳୁନି । ଏହାରି ମଧ୍ୟରେ ସଭିଙ୍କ ପାଇଁ ଜ୍ୱଳନ୍ତ ଉଦାହରଣ ପାଲିଟିଛନ୍ତି ମୟୁରଭଞ୍ଜର କୃଷକ ସୁଶୀଲ ଅଗ୍ରୱାଲ । ତାଙ୍କ କହିବାନୁସାରେ ଏହି ଗୁରୁତ୍ୱ ପୂର୍ଣ୍ଣ ସମୟରେ ଲୋକମାନେ ବିଦ୍ୟୁତ ଚାଳିତ ଗାଡିକୁ ଅଧିକ ଗ୍ରହଣ କରିପାରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ