ମର୍ଣ୍ଣିଂୱାକ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ମର୍ଣ୍ଣିଂୱାକ କରୁଥିବା ବେଳେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ ହୋଇଛି । ସ୍କୁଟିରେ ଆସି ସାମ୍ବାଦିକଙ୍କଠୁ ମୋବାଇଲ ଛଡେଇ ନେଇଗଲେ ଲୁଟେରା । ତେବେ ରାଜଧାନୀର ଡେଲଟା ଛକରେ ଘଟିଛି ଏଭଳି ଘଟଣା । ସମୟର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ସକାଳୁ ମର୍ଣ୍ଣିଂୱାକ କରୁଥିବା ସମୟରେ ତାଙ୍କ ଠାରୁ ମୋବାଇଲ ଛଡେଇ ନେଇଯାଇଥିଲେ ୨ ଲୁଟେରା । ତାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ପୋଲିସ ଘଟାଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଆନୁଯାୟୀ, ସାମ୍ବାଦିକ ଜଣକ ମର୍ଣ୍ଣିଂୱାକ କରୁଥିବା ସମୟରେ ୨ ଲୁଟେରା ଆସି ତାଙ୍କଠୁ ମୋବାଇଲ ଛଡେଇବା ପାଇଁ ଉଦ୍ୟମ କରିଥିଲେ । ତେବେ ସତ୍ୟ ସୁନ୍ଦର ବିରୋଧ କରିବାରୁ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ ।ପରେ ଘଟଣାସ୍ଥଳରୁ ମୋବାଇଲ ନେଇ ଫେରାର ହୋଇଯାଇଥିଲେ । ଏହା ପରେ ତାଙ୍କୁ ଲୋକ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’