ବଲିଉଡରେ ଏଣ୍ଟ୍ରି କରିବେ ଭାବି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡରେ ଡେବ୍ୟୁ କରିବେ “ଭାବିଜୀ ଘର ପର ହେ”ର ପୁରୁଣା ଭାବି ଶିଳ୍ପା ଶିନ୍ଦେ । ଶିଲ୍ପା ଶିନ୍ଦେ ଜଲଦି ହିଁ ଫ୍ୟାମିଲି ଡ୍ରାମା ଫିଲ୍ମ “ବୁନ୍ଦୀ ରାୟତା”ରେ ନଜର ଆସିବେ। ସବ ଟିଭିରେ ଆସୁଥିବା ଲୋକପ୍ରିୟ ସିରିୟଲ “ଭାବିଜୀ ଘର ପର ହେ”ରେ ଶିଳ୍ପା ନିଜର ଉଚ୍ଚ କୋଟିର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରୁଥିଲେ । ସେ ‘ବିଗବସ-୧୧’ରେ ଚର୍ଚ୍ଚାରେ ରହି ଦର୍ଶକଙ୍କ ଦିଲ ଜିତିଥିଲେ । ପରେ ସେ ଟିଭି କମେଡି ସୋ ‘ ଙ୍ଗ୍ୟାଙ୍ଗସ ଅଫ ଫିଲ୍ମିସ୍ତାନ’ରେ ସୁନୀଲ ଗ୍ରୋବରଙ୍କ ସହିତ କିଛିଦିନ ନଜର ଆସିବା ପରେ ଟିଭିରୁ ଗାଏବ ହୋଇଯାଇଥିଲେ। ଦର୍ଶକଙ୍କ ପ୍ରିୟ ଭାବି ଶିଳ୍ପା ଶିନ୍ଦେ ଏବେ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ।

ସେ ଆଗାମୀ ବଲିଉଡ ଫିଲ୍ମ ‘ବୁନ୍ଦୀ ରାୟତା’ରେ ନଜର ଆସିବେ । ଶିଳ୍ପା ଶିନ୍ଦେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମରେ ଶିଳ୍ପା ରବି କିଶନଙ୍କ ସହ ରୋମାନ୍ସ କରିବେ। ଫିଲ୍ମର ସୁଟିଂ ଡେରାଡୁନ୍ରେ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହା ହେଉଛି ଏକ ଫ୍ୟାମିଲି ଡ୍ରାମା ଫିଲ୍ମ। ଫିଲ୍ମରେ ଶିଳ୍ପା ହିମାଂଶୁ କୋହଲିଙ୍କ ବଡ଼ ଭଉଣୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା କମଲ ଚନ୍ଦ୍ରା ଦେଇଛନ୍ତି । ଶିଳ୍ପାଙ୍କ ସହିତ ବଙ୍ଗାଳି ଫିଲ୍ମ କଳାକାର ଦର୍ଶନା ବାନିକ ମଧ୍ୟ ନଜର ଆସିବେ। ଶିଳ୍ପାଙ୍କ ଏହି ଫିଲ୍ମରେ ହିମାଂଶୁ କୋହଲି, ସୋନାଲୀ ସହଗଲ, ନୀରଜ ସୁଦ, ଅଲକା ଅମୀନ ଏବଂ ରାଜେଶ ଶର୍ମା ନଜରରେ ଆସିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ