Masthead

ତାଲିବାନ ସରକାରକୁ ମିଳିବନି ଆନ୍ତର୍ଜାତୀୟ ସମୂହର ମାନ୍ୟତା

ନୂୂଆଦିଲ୍ଲୀ(ବଡ଼ ଖବର ବ୍ୟରୋ) :   ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବାନ ସରକାରକୁ ମାନ୍ୟତା ଦେବେନି ଆନ୍ତର୍ଜାତୀୟ ସମୂହ । ତାଲିବାନ ବନ୍ଧୁକ ମୁନରେ ଆଫଗାନିସ୍ତାନରେ ନିଜ ସରକାର ଗଢିଛି ସତ ହେଲେ ଆନ୍ତର୍ଜାତୀୟ ସମୂହର ଦାବି ମୁତାବକ ତାଲିବାନ ସରକାର ଗଠନ କରିବାରେ ବିଫଳ ହୋଇଛି । ଏଥିସହ କୌଣସି ବାହ୍ୟ ରାଷ୍ଟ୍ର ଯେପରି ଆଫଗାନର ତାଲିବାନୀ ସରକାରରେ ହସ୍ତକ୍ଷେପ ନ କରିବେ, ତା’ର ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ତେବେ ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବ ବୋଲି ପ୍ରତିଶୃତି ଦେଇଥିଲା ।

ହେଲେ ଏଥିରେ ସଂଗଠନ ବିଫଳ ହୋଇଥିବାରୁ ଆନ୍ତର୍ଜାତୀୟ ସମୂହ ତାଲିବାନୀ ସରକାରକୁ ମାନ୍ୟତା ଦେବାକୁ ମନା କରିଦେଇଛି । ସୂଚନା ଅନୁସାରେ, ବଳପୂର୍ବକ ଭାବେ କ୍ଷମତାକୁ ଆସିଥିବା କୌଣସି ପକ୍ଷକୁ କେବେ ହେଲେ ଆନ୍ତର୍ଜାତୀୟ ସମୂହ କୌଣସି ମାନ୍ୟତା ଦେବନି । ତାଲିବାନ ଅନ୍ତର୍ଭୁକ୍ତ ସରକାର ଗଠନ କରିବାକୁ ପ୍ରତିଶୃତି ଦେଇଥିଲା ହେଲେ ତାହା ମଧ୍ୟ ପୂରଣ ହୋଇନି । ସେପଟେ ପାକିସ୍ତାନ ସରକାର ଗଠନ ପ୍ରକ୍ରିୟାରେ ହସ୍ତକ୍ଷେପ କରିଛି । ସରକାର ଗଠନ ବେଳେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ କାବୁଲରେ ଥିଲେ । ତେବେ ତାଙ୍କ ହସ୍ତକ୍ଷେପରେ ସରକାର ଗଠନ ହୋଇଛି । ତାଲିବାନୀ ଗଢିଥିବା ସରକାରରେ ୧୪ ଜଣ ଆତଙ୍କବାଦୀ ତାଲିକାରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା