Masthead

୬ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାସ୍ତ ହେଲା ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଗୁଜରାଟ ଟାଇଟନ୍ସର ଶୋଚନୀୟ ପରାଜୟ ବରଣ । ଗୁଜରାଟ ମାତ୍ର ୮୯ ରନ୍‌ରେ ଅଲଆଉଟ୍ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି। ୯୦ ରନ୍‌ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ମାତ୍ର ୮.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିବା ସହ ନିଜ ରନ୍ ରେଟ୍‌କୁ ବଢ଼ାଇଛି। ସେହିଭଳି ସପ୍ତମ ମ୍ୟାଚ୍‌ରୁ ଦିଲ୍ଲୀ ତୃତୀୟ ବିଜୟ ହାସଲ କରିଛି। ଅନ୍ୟପଟେ ଗୁଜରାଟ ସେହି ୭ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଋଷଭ ପନ୍ତଙ୍କ ଏହି ନିଷ୍ପତ୍ତି ଯଥାର୍ଥ ବୋଲି ପ୍ରମାଣିତ କରି ଦିଲ୍ଲୀ ବୋଲର୍‌ମାନେ ପାୱାର ପ୍ଲେ ଭିତରେ ୪ଟି ୱିକେଟ୍ ନେଇ ଗୁଜରାଟର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଏହା ପରେ ମଧ୍ୟ ଗୁଜରାଟ ବ୍ୟାଟର୍‌ଙ୍କୁ କ୍ରିଜ୍‌ରେ ଜମିବାର କୌଣସି ସୁଯୋଗ ଦେଇ ନଥିଲେ। ଲଗାତାର ୱିକେଟ୍ ନେଇ ୧୫ ବଲ୍‌ ପୂର୍ବରୁ ଗୁଜରାଟ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଅଧିନାୟକ ଶୁବମନ ଗିଲ୍‌ଙ୍କ ସମେତ ୭ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥି‌ଲେ। ସ୍ପିନର ରସିଦ ଖାନ୍‌ଙ୍କ ୩୧ ରନ୍ ଦଳର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା। ଅନ୍ୟପକ୍ଷରେ ଦିଲ୍ଲୀର ସବୁ ବୋଲର ମିତବ୍ୟୟୀ ବୋଲିଂ କରିଥିଲେ। ତେବେ ମୁକେଶ କୁମାର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ସହ ମାତ୍ର ୧୪ ରନ୍‌ରେ ୩ ୱିକେଟ୍ କରାୟତ୍ତ କରି ଗୁଜରାଟର ସବୁଠାରୁ ଅଧିକ କ୍ଷତି ଘଟାଇଥିଲେ। ପୁରୁଖା ବୋଲର ଈଶାନ୍ତ ଶର୍ମା ଓ ଟ୍ରିଷ୍ଟନ ଷ୍ଟବ୍ସ ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ