ସମୁଦ୍ରରେ ବୁଡ଼ିଯିବ ଅନେକ ବଡ଼ ସହର!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମୁଦ୍ରରେ ବୁଡ଼ିଯିବ ଅନେକ ବଡ଼ ସହର । ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘର ରିପୋର୍ଟକୁ ଚର୍ଚ୍ଚା ଜୋର ଧରିଛି । ସମୁଦ୍ର ଗର୍ଭରେ ବିଲିନ ହୋଇଯିବ ମୁମ୍ବାଇ ସମେତ ବିଶ୍ୱର ଅନେକ ବଡ ବଡ ସହର । ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା କ୍ରମଶଃ ବଢିବାରେ ଲାଗିଛି । ଯାହା ଫଳରେ ଏଭେରେଷ୍ଟ ଭଳି ବଡ ବଡ ବରଫ ପାହାଡ ତରଳିବା ସହ ସମୁଦ୍ରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ଭାରତ, ଚୀନ, ବାଂଲାଦେଶ ଓ ନେଦରଲାଣ୍ଡ । ପ୍ରାୟ ୨୫ କୋଟିରୁ ୪୦ କୋଟି ଲୋକ ସେମାନଙ୍କ ବାସଗୃହ ହରାଇବେ ଏବଂ ପାୟ ୯୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ରିପୋର୍ଟ ପ୍ରକାଶ କରିଛି ଜାତିସଂଘ । ୮୦ ବର୍ଷ ମଧ୍ୟରେ ବୁଡିଯିବ ଏସବୁ ସହର । ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ୯୦ କୋଟି ଲୋକେ ପ୍ରଭାବିତ ହେବେ । ହାରାହାରି ଜଳସ୍ତରଠୁ ତିନି ଗୁଣା ବଢିଛି ସମୁଦ୍ର ଜଳସ୍ତର । ୧୯୦୦ ମସିହାରୁ ଦ୍ରୁତ ଗତିରେ ବଢୁଛି ଜଳସ୍ତର । ୨୦୫୦ ସୁଦ୍ଧା ତଳିଆ ଦେଶରେ ସମୂଦ୍ରର ଜଳସ୍ତର ଏକ ମିଟର ବଢିବ । ଫିଜି, ଭାନୁଆଟୁ, ସୋମାଲୋମାନ ଦ୍ୱୀପରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ସେଠାକାର ଲୋକେ ଏବେ ଅନ୍ୟତ୍ର ପଳାୟନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ