Masthead

ପିଆଜ ଦର ଆକାଶ ଛୁଆଁ, ୫ ଟଙ୍କାରେ ବିକ୍ରି କରି ୭୦ ଟଙ୍କାରେ କିଣୁଛନ୍ତି ଚାଷୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କନ୍ଦାଉଛି ପିଆଜ । ପିଆଜ ଦର ଆକାଶ ଛୁଆଁ । ସଂରକ୍ଷଣ ଓ ବିପଣନ ବ୍ୟବସ୍ଥା ନାହିଁ । ସଂରକ୍ଷଣ ବ୍ୟବସ୍ତା ନଥିବାରୁ କିଲୋ ପିଛା ୫ ଟଙ୍କାରେ ବିକିଥିଲେ ପିଆଜ । ଆଉ ଏବେ ଅଭାବ ସମୟରେ ୬୦ ରୁ ୭୦ ଟଙ୍କାରେ କିଣି ବାକୁ ପଡ଼ୁଛି । ବଜାରରେ ପିଆଜ ଦର ଆକାଶ ଛୁଆଁ ହେବା ପରେ ପିଆଜ ଚାଷୀଙ୍କ ଦୁଃଖ ବଢିବାରେ ଲାଗିଛି । ବଲାଙ୍ଗିରରେ ପ୍ରଚୁର ପିଆଜ ଚାଷ ହୋଇଥାଏ । ଟିଟିଲାଗଡ଼, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାର ଆଦି ଅଂଚଳରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଚାଷ ହୋଇଥାଏ । ମାତ୍ର ଦୁର୍ଭାଗ୍ୟ ପିଆଜ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର କିମ୍ବା ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ନାହିଁ ।

ଚାଷୀମାନେ ପିଆଜକୁ ଅମଳ ବେଳେ କିଲୋ ପିଛା ୪ ରୁ ୫ ଟଙ୍କାରେ ବିକି୍ର କରିଦେବାକୁ ବାଧ୍ୟ ହେଉଛନ୍ତି । ଉଦ୍ୟାନ କୃଷିବିଭାଗର ସୂଚନା ଅନୁସାରେ ଜିଲ୍ଲାରେ ୩୦୦ ହେକ୍ଟର ଜମିରେ ପିଆଜ ଚାଷ ହେଉଛି । ସେଥିରୁ ୩୦ହଜାର ଟନରୁ ଅଧିକ ପିଆଜ ଉତ୍ପାଦନ ହେଉଛି । ସଂରକ୍ଷଣ ପାଇଁ ନାସିକ ମଡେଲରେ ଟିଟିଲାଗଡ ଅଂଚଳରେ ୪ଟି ପିଆକ ସଂରକ୍ଷଣ ଗୃହ ଖୋଲିଥିଲା । ମୁରିବାହାଲରେ ଥିବା ସଂରକ୍ଷଣ ଗୃହରେ ତାଲା ପଡିଥିବା ବେଳେ ଅନ୍ୟ ୩ଟି କାମ କରୁ ନଥିବା ଜଣାପଡିଛି । ତେଣୁ ବ୍ୟବସାୟୀ ପିଆଜ କିଣି ରାୟପୁରରେ ସଂରକ୍ଷଣ କରୁଛନ୍ତି ଏବଂ ଚଢା ଦରରେ ବିକ୍ରି କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ