ନୂଆଦିଲ୍ଲୀ (ବଡ଼ ଖବର ବ୍ୟରୋ): ପଶ୍ଚିମବଙ୍ଗରେ ପୁଣି ଥରେ ମୁହାଁ ମୁହିଁ ହେଲେ ବିଜେପି ଓ ଟିଏମସି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିରେ ଦେଖାଇଥିଲା ହଲଚଲ । ବଡ ବଡ ନେତା ସବୁ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ପୁଣି କିଛି ବଡ ବଡ ନେତା ବିଜେପି ଦଳ ଛାଡି ଟିଏମସିରେ ମିଶିବା ପାଇଁ ମନ ବଳାଇଲେଣି । ଏବେ ବିଜେପିକୁ ଏ ନେଇ ଏକ ବଡ ଝଟକା ଲାଗିପାରେ ବୋଲି ଅନୁମାନ କରାଯାଉଛି ।
ଏପଟେ ତୃଣମୂଳ କଂଗ୍ରେସର ନେତା ମୁକୁଲ ରାୟ କହିଛନ୍ତି , ୨୪ ଜଣ ବିଧାୟକ ଏବେ ଟିଏମସିରେ ଯୋଗ ଦେବାକୁ ଚାହୁଁଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେମାନେ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ମୁକୁଲ ରାୟ ନିଜେ ବିଜେପି ଛାଡି ପୁଣି ଟିଏମସିରେ ଯୋଗ ଦେଇଥିଲେ । ପୂର୍ବରୁ ମୁକୁଲ ରାୟ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିଲେ । ହେଲେ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ସେ ପୁଣି ଟିଏମସିରେ ଯୋଗ ଦେଇଥିଲେ ।
ତେବେ ନିକଟରେ ପଶ୍ଚିମବଙ୍ଗ ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ଆସନ୍ତା ୩୦ ତାରିଖରେ ୩ ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ ।