Masthead

ପାଣି ନପାଇବାରୁ ଚାଷୀଙ୍କ ରାସ୍ତାରୋକ

ସୋନପୁର (ବଡ଼ ଖବର ବ୍ୟୁରୋ): ବୃହତ ଉଠାଜଳସେଚନ ପ୍ରକଳ୍ପରୁ ପାଣି ନପାଇବା କୁ ନେଇ ଗର୍ଜିଲେ ଚାଷୀ । ତରଭା – କଣ୍ଟାମଲ ରାସ୍ତା ଗୁଞ୍ଜିମୁଣ୍ଡା ଛକରେ ରାସ୍ତାରୋକ କରିଛନ୍ତି ଏହି ପ୍ରକଳ୍ପ ପାଖର ଚାଷୀ । କିଛି ବର୍ଷ ପୂର୍ବେ ତରଭା ନିକଟ ମାରାଡୁଗୋଚ୍ଛା ପଂଚାୟତ ଗୁର୍ଜିମୁଣ୍ଡା ନିକଟରେ ପ୍ରାୟ ୮୦୦ ହେକ୍ଟର ଚାଷଜମିକୁ ଜଳସେଚନ ପାଇଁ ନିର୍ମାଣ କରା ଯାଇଥିଲା ଏହି ପ୍ରକଳ୍ପ । ପାଖାପାଖି ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ସତ କିନ୍ତୁ ଅଫିସର ଏବଂ ଠିକାଦାରଙ୍କ ଦୂରଦୃଷ୍ଟି ଅଭାବ ଓ ଲାଭଖୋର ମନବୃତ୍ତି ଯୋଗୁଁ ପାଣି ପାଉନାହାନ୍ତି ଚାଷୀ ।

ବର୍ତ୍ତମାନ ମରୁଡି ଆଶଙ୍କାରେ ଥିବାରୁ ଆଜି ଚାଷୀମାନେ ରାସ୍ତାରୋକ କରିଛନ୍ତି । ଘାଟଣା ସ୍ଥଳରେ ତରଭା ତହସିଲଦାର, ଉଠାଜଳସେଚନ ବିଭାଗର ଯନ୍ତ୍ରୀ ଏବଂ ସୋନପୁର ଏସଡିପିଓ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେ ବି ଚାଷୀ ଅମଙ୍ଗ ଅଛନ୍ତି । ଚାଷୀଙ୍କ ଗୋଟିଏ ଦାବି ଏହି ଉଠା ଜଳସେଚନ ପ୍ରକଳ୍ପରୁ ପାଣି ଦିଅ ନହେଲେ କୃଷି ବୀମାରେ ସାମିଲ କର । ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆନେ୍ଦାଲାନରୁ ହଟିବେନି ଚାଷୀ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ