Masthead

ମାୟା ନଗରୀରେ ମାୟା ଜାଲ, ଉଦ୍ଧବ ଗୋଷ୍ଠୀରେ ମିଶି ପାରନ୍ତି ୧୫ ଶିବସେନା ବିଧାୟକ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମାୟା ନଗରୀରେ ମାୟାଜାଲ । କହାରା ମାୟା କ’ଣ ଜାଣିବା ହେଉଛି ମୁସ୍କିଲ । ଅଜିତ ପାୱାର ସିନେ୍ଦ ଗୋଷ୍ଠୀରେ ମିଶିବା ପରେ ମହାରାଷ୍ଟ୍ର ରାଜନୀତି ପୂରା ଓଲଟି ଯାଇଛି । ଗତକାଲି ସିନିୟର ପାୱାରଙ୍କ ପାୱାର ଛଡ଼ାଇ ନେଇଛନ୍ତି ଜୁନିୟର ପାୱାର । ସେପଟେ ଅଜିତ ପାୱାରଙ୍କ ନେତୃତ୍ୱରେ ୮ ଜଣ ଏନସିପି ବିଧାୟକ ସରକାରରେ ସାମିଲ ହେବା ଘଟଣାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଶ୍ୱସ୍ତ ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେମାନେ ଏହି କାରଣ ପାଇଁ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

ଏନସିପିକୁ ନେଇ ବିଜେପିର ରଣନୀତିକୁ ସିନ୍ଦେ ଗୋଷ୍ଠୀ ବିଧାୟକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। ସୂଚନା ମିଳିଛି ଯେ ସିନ୍ଦେ ଗୋଷ୍ଠୀର ପ୍ରାୟ ୧୫ ଜଣ ବିଧାୟକ ଶିବସେନା(ୟୁବିଟି) ଗୋଷ୍ଠୀରେ ଯୋଗ ଦେଇପାରନ୍ତି। ଯେଉଁମାନେ ୨୦୨୨ ଜୁନରେ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ ସେମାନେ ଏବେ ପୁଣି ତାଙ୍କ ପାଖକୁ ଫେରିବାପାଇଁ ଚାହିଛନ୍ତି। ୨ ଜଣ ଶିବସେନା ବିଧାୟକ ନିଜର ନାଁ ପ୍ରକାଶ ନକରି ଏନେଇ ଦାବି କରିଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ