ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜୁଲାଇ ୧୯ରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଜୁଲାଇ ୧୯ରୁ ଆରମ୍ଭ ହୋଇ ଏହା ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର କମିଟି (ସିସିପିଏ) ମଙ୍ଗଳବାର ଦିନ ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନକୁ ସୁପାରିଶ କରିଛି । ମୌସୁମୀ ଅଧିବେଶନ ସାଧାରଣତଃ ଜୁଲାଇର ତୃତୀୟ ସପ୍ତାହରେ ଆରମ୍ଭ ହୋଇ ୧୫ ଅଗଷ୍ଟ ପୂର୍ବରୁ ଶେଷ ହେବ । ଏହାପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ।

ଏହାସହ ସେ କହିଛନ୍ତି, ସଚିବାଳୟର ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରାଯାଇଛି ଏବଂ ୪୪୫ ଜଣ ସଦସ୍ୟ ପୃଥକ ଭାବରେ କରୋନା ଟିକା ନେଇଛନ୍ତି । ଅବଶିଷ୍ଟ ସଦସ୍ୟ ଏବଂ କର୍ମଚାରୀଙ୍କୁ ଶୀଘ୍ର ଟିକାକରଣ କରାଯିବ । ଆମେ ସଂସଦର ଉତ୍ପାଦକତା ବୃଦ୍ଧି କରିବାକୁ ନିରନ୍ତର ଚେଷ୍ଟା କରୁଛୁ । ଗତ ଅଧିବେଶନରେ ମଧ୍ୟ ଆମେ ସଦସ୍ୟଙ୍କ କୋଭିଡ ପରୀକ୍ଷା କରିଥିଲୁ । ଏହାସହ ବାଚସ୍ପତି କହିଛନ୍ତି, ଖୁସିର କଥା, କରୋନା ସଂକ୍ରମଣ ହ୍ରାସ ପାଉଛି, କିନ୍ତୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’