ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଜୁନ ୨୦ ଯାଏଁ ଫର୍ମଫିଲଅପ କରିପାରିବେ ଛାତ୍ରଛାତ୍ରୀ । ଜୁନ ୨୮ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ଏଥର ସ୍ପଟ୍ ଆଡ଼ମିଶନରେ ସ୍ୱଚ୍ଛତା ପାଇଁ ଅନଲାଇନ୍ ଆବେଦନ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ସିଟ୍ ବଢିବ ନା ନାହିଁ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।
ସେପଟେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ୱାଇଫାଇ ସେବା ଉପଲବ୍ଧ ସହ ପିଲାଙ୍କୁ ଦୈନିକ ୱାନ୍ ଜିବି ଡାଟା ଫ୍ରି ରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ୨୯ ଜୁଲାଇରୁ ଆରମ୍ଭ ହେବ ପ୍ରଥମ ବର୍ଷର ପାଠ ପଢା ।