Masthead

ପୋଲିସ ହାବୁଡ଼ରେ ମାମୁ-ଭଣଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ ହାବୁଡ଼ରେ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାମଭ-ଭଣଜାଙ୍କୁ ଧରିଛି ଖଣ୍ଡଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ନୀଳଗିରିର ସତ୍ୟନାରାୟଣ ସ୍ୱାଇଁ ଓ ତାଙ୍କ ଭଣଜା ମୟୂରଭଞ୍ଜ କପ୍ତିପଦା ଥାନା ବଡ଼ ଗୁଡୁଗୁଡ଼ିଆର ଜିତେନ୍ଦ୍ର ନାୟକ। ପୋଲିସ ସେମାନଙ୍କଠାରୁ ସାଢେ ୪କେଜି ଗଞ୍ଜେଇ, ୬ ହଜାର ୧୦୦ ଟଙ୍କା ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛି ।

ଗୁରୁବାର ସକାଳେ ସତ୍ୟ ଓ ଜିତେନ୍ଦ୍ର କନ୍ଧମାଳରୁ ବସ୍‌ ଯୋଗେ ଗଞ୍ଜେଇ ଆଣି ଭୁବନେଶ୍ୱର ଆସୁଥିଲେ । ଖବର ପାଇ ପୋଲିସ ଆରମ୍ଭ କରିଥିଲା ତନାଘନା । ବସ୍‌ଷ୍ଟାଣ୍ଡ ନିକଟ ମଦ ଦୋକାନ ସମ୍ମୁଖରେ ସତ୍ୟ ଓ ଜିତେନ୍ଦ୍ର ଏକ ମୁଣି ଧରି ଛିଡ଼ା ହୋଇଥିଲେ । ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବେପାର କରୁଥିବା ମାମୁ-ଭଣଜା ପୋଲିସ ଆଗରେ ମାନିଥିଲେ । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ମାମୁ-ଭଣଜାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ରାଜଧାନୀରେ ସେମାନେ କାହାକୁ ଗଞ୍ଜେଇ ଯୋଗାଉଥିଲେ ପୋଲିସ ଚଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ