Masthead

ପୋଲିସ ହାବୁଡ଼ରେ ମାମୁ-ଭଣଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ ହାବୁଡ଼ରେ ଗଞ୍ଜେଇ ମାଫିଆ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାମଭ-ଭଣଜାଙ୍କୁ ଧରିଛି ଖଣ୍ଡଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ନୀଳଗିରିର ସତ୍ୟନାରାୟଣ ସ୍ୱାଇଁ ଓ ତାଙ୍କ ଭଣଜା ମୟୂରଭଞ୍ଜ କପ୍ତିପଦା ଥାନା ବଡ଼ ଗୁଡୁଗୁଡ଼ିଆର ଜିତେନ୍ଦ୍ର ନାୟକ। ପୋଲିସ ସେମାନଙ୍କଠାରୁ ସାଢେ ୪କେଜି ଗଞ୍ଜେଇ, ୬ ହଜାର ୧୦୦ ଟଙ୍କା ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛି ।

ଗୁରୁବାର ସକାଳେ ସତ୍ୟ ଓ ଜିତେନ୍ଦ୍ର କନ୍ଧମାଳରୁ ବସ୍‌ ଯୋଗେ ଗଞ୍ଜେଇ ଆଣି ଭୁବନେଶ୍ୱର ଆସୁଥିଲେ । ଖବର ପାଇ ପୋଲିସ ଆରମ୍ଭ କରିଥିଲା ତନାଘନା । ବସ୍‌ଷ୍ଟାଣ୍ଡ ନିକଟ ମଦ ଦୋକାନ ସମ୍ମୁଖରେ ସତ୍ୟ ଓ ଜିତେନ୍ଦ୍ର ଏକ ମୁଣି ଧରି ଛିଡ଼ା ହୋଇଥିଲେ । ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । କନ୍ଧମାଳରୁ ଗଞ୍ଜେଇ ଆଣି ରାଜଧାନୀରେ ବେପାର କରୁଥିବା ମାମୁ-ଭଣଜା ପୋଲିସ ଆଗରେ ମାନିଥିଲେ । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ମାମୁ-ଭଣଜାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ରାଜଧାନୀରେ ସେମାନେ କାହାକୁ ଗଞ୍ଜେଇ ଯୋଗାଉଥିଲେ ପୋଲିସ ଚଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ