Before Header

କରୋନା ଭୟରେ ପୁଅ ଛୁଇଁଲାନି, ତହସିଲଦାର ବୋହିଲେ ଶବ

0 112

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ତହସିଲଦାରଙ୍କ ମହାନତା । କାନ୍ଧରେ କାଠ ବୋହି ପିପିଇକିଟି ପିନ୍ଧି ଦାହ କଲେ ଶବ। କରୋନା ଭୟରେ ପୁଅ ଛୁଇଁଲାନି ବାପାର ଶବ । ଶବଦାହ ପାଇଁ ଆଗେଇ ଆସିଲେ ତହସିଲଦାର ଓ ବିଡ଼ିଓ । ନିଜେ ପିପିଇକିଟି ପିନ୍ଧି ଶବ ଦାହ କଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ଗାଁର ସୁବାସ ଖଟୁଆ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସୁସ୍ଥହେବା ପରେ ଘରକୁ ଫେରି ହୋମ ଆଇସୋଲେଶନରେ ଥିଲେ । ମାତ୍ର ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ କରୋନା ଡରରେ ନିଜର ପୁଅ ବାପାକୁ ପୋଡିବାକୁ ନେଇ ନଥିଲା ।

ତେବେ ଘର ଲୋକ ପଞ୍ଚାୟତର ସରପଞ୍ଚଙ୍କୁ ଖବର ଦେବା ପରେ ସରପଞ୍ଚ ଚାନ୍ଦବାଲି ତହସିଲଦାର ଓ ବିଡ଼ିଓଙ୍କୁ ଜଣାଇଥିଲେ । ତହସିଲଦାର ଓ ବିଡ଼ିଓ ନଳଗୋହିରା ଗ୍ରାମରେ ପହଞ୍ଚି ମୃତଦେହକୁ ଆମ୍ବୁଲାନ୍ସରେ ନେଇ ସତ୍କାର କରିଥିଲେ । ତହସିଲଦାର ନିଜ କାନ୍ଧରେ କାଠ ବୋହିବା ସହ ପିପିଇକିଟି ପିନ୍ଧି ଶବଦାହ ମଧ୍ୟ କଲେ । ଜଣେ ସରକାରୀ ବାବୁଙ୍କର ଏପରି କାର୍ୟ୍ୟ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି କାମରେ ବିଡ଼ିଓ, ଅତିରିକ୍ତ ତହସିଲଦାର, ଚାନ୍ଦବାଲି ଆଇଆଇସି, ଆରଆଇ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.