ଟଙ୍କା ବଣ୍ଟିବା ଅଭିଯୋଗରେ ଦୁଇ ଗିରଫ

ଉଦଳା (ବଡ଼ ଖବର ବ୍ୟୁରୋ): ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ କାବୁ କରିଛି ପୋଲିସ । ମୟୂରଭଞ୍ଜ ଉଦଳା ଗୋଧିମରା ଗାଁରେ ଟଙ୍କା ବଂଟା ଚାଲିଥିବା ବେଳେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଲେ ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା । ପୋଲିସ ଧରିବା ପରେ ସାମ୍ନାକୁ ଆସିଥିଲା ସତ । ଟଙ୍କା ବାଣ୍ଟୁଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଗାଡିର ହୋଇଥିଲା ତଲାସି।

ପ୍ରାୟ ୫୦ ରୁ ଅଧିକ ଖାମରେ ୨ ହଜାର ଲେଖାଏଁ ଟଙ୍କା ଭର୍ତ୍ତି ହୋଇଥିଲା। ପାଖାପଖି ୧ ଲକ୍ଷ ୯୧ ହଜାର ଟଙ୍କା ପୋଲିସ ଜବତ କରିଛି। ଏହା ସହିତ ୨ ଗୋଟି କାର ମଧ୍ୟ ଜବତ ହୋଇଛି। ପୋଲିସ ଏହି ଘଟଣାରେ ଭୁବନେଶ୍ୱର ରୁ ଆସିଥିବା ମହିଳା ବିଜୟଲକ୍ଷ୍ମୀ ମହାପାତ୍ର, ଉଦଳା ବିଜେଡି କର୍ମୀ ଦିବ୍ୟଜ୍ୟୋତି ଜେନାଙ୍କୁ ଗିରଫ କରିବା ସହିତ ୨ ଡ୍ରାଇଭର ମଧ୍ୟ ଅଟକ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ