Masthead

ଟିକା ନୀତିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କ୍ଷୁବ୍ଧ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି । ଯେଉଁ କାରଣରୁ ବହୁ ରାଜ୍ୟ ସରକାର ଏବେ ୧୮ରୁ ୪୪ବର୍ଷ ବୟସ ବର୍ଗଙ୍କ ଟିକାକରଣ ବନ୍ଦ କରିଦେଇଛନ୍ତି । କିଛି ରାଜ୍ୟ ଗ୍ଲୋବାଲ ଟେଣ୍ଡରିଂ ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ଲଜିଷ୍ଟିକ, କ୍ଲିୟରାନ୍ସ ଓ ଗ୍ୟାରେଣ୍ଟି ସହ ଅନେକ ଅସୁବିଧା ରହିଥିବା କାରଣରୁ ବିଦେଶୀ କମ୍ପାନୀମାନେ ରାଜ୍ୟ ସରକାରମାନଙ୍କୁ ଟିକା ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଆଉ ଏଭଳି ସ୍ଥିତିରେ କେନ୍ଦ୍ର ଟିକା ନୀତି ଉପରେ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି ସର୍ବୋଚ୍ଚ ଅଦାଲତ । ବୁଧବାର କେନ୍ଦ୍ରସରକାରଙ୍କ ଟିକାନୀତିକୁ ସମାଲୋଚନା କରି ଟିକାକୁ ନେଇ କେନ୍ଦ୍ରର ସମସ୍ତ ଯୋଜନା ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ୧୮ରୁ ୪୪ବର୍ଷୀୟଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଟିକାକରଣ ନୀତିକୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏଲ. ନାଗେଶ୍ୱର ରାଓ ଏବଂ ଜଷ୍ଟିସ ଏସ୍ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସରକାରଙ୍କ ଟିକା ନୀତିକୁ ଭର୍ତ୍ସନା କରିଛନ୍ତି । ୧୮ରୁ ୪୪ବର୍ଷୀୟଙ୍କ ପାଇଁ ହେଉଥିବା ଟିକାକରଣ ନୀତିକୁ ବୁଧବାର ସୁପ୍ରିମକୋର୍ଟ ସ୍ୱେଚ୍ଛାଚାରୀ ଓ ଅଯୌକ୍ତିକ ବୋଲି କହିଛନ୍ତି । ଏହାଛଡ଼ା ଏପର୍ଯ୍ୟନ୍ତ କେତେ ପରିମାଣର ଟିକା କିଣାଯାଇଛି ତାହାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି ।

କେବଳ ଏତିକି ନୁହେଁ ଟିକା କିଣିବାକୁ କେନ୍ଦ୍ରୀୟ ବଜେଟରେ ଘୋଷଣା କରାଯାଇଥିବା ୩୫ହଜାର କୋଟି ଟଙ୍କା କିପରି ଖର୍ଚ୍ଚ କରାଯାଇଛି ତାହାର ତଥ୍ୟ ମଧ୍ୟ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ତେବେ ଟିକାକରଣରେ ୪୫ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ପାଇଁ ମାଗଣା ଟିକା କିନ୍ତୁ ୧୮ରୁ ୪୪ ବର୍ଷ ବୟସବର୍ଗଙ୍କ ପାଇଁ ଭିନ୍ନ ନୀତି କ’ଣ ପାଇଁ ଏହାଛଡ଼ା ବଜେଟରେ ରଖାଯାଇଥିବା ଅର୍ଥରାଶିକୁ ଯୁବବର୍ଗଙ୍କ ଟିକାକରଣରେ କ’ଣ ପାଇଁ ଖର୍ଚ୍ଚ କରାଯାଇନାହିଁ ବୋଲି ମଧ୍ୟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସେହିପରି ମୋଟ ଜନସଂଖ୍ୟାର କେତେ ଲୋକ କେତୋଟି ଡୋଜ ନେଇଛନ୍ତି ତାହାର ବିସ୍ତୃତ ତଥ୍ୟ ମଧ୍ୟ ମାଗିଛନ୍ତି ସୁପ୍ରିମକୋର୍ଟ । ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପୃଥକ ରିପୋର୍ଟ ଦେବାକୁ କୁହାଯାଇଛି । ତେବେ ଏ ସମ୍ପର୍କିତ ଏକ ସ୍ପଷ୍ଟ ତଥ୍ୟକୁ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟରେ ଦୁଇ ସପ୍ତାହରେ ମଧ୍ୟରେ ପ୍ରଦାନ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏହାଛଡ଼ା ଦେଶର ଭବିଷ୍ୟତକୁ ନଜରରେ ରଖି ପ୍ରଥମେ ଯୁବ ବର୍ଗଙ୍କ ଟିକାକରଣ କରିବାର ଥିଲା ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି