Masthead

ପ୍ରଭୁ ପର୍ଶୁରାମଙ୍କୁ ଅସମ୍ମାନ, ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ପ୍ରଭୁ ପର୍ଶୁରାମଙ୍କୁ ଅସମ୍ମାନ ପ୍ରତିବାଦରେ ତୀବ୍ର ହେବାରେ ଲାଗିଛି ଆନ୍ଦୋଳନ । ଆଜି ବାର ଘଣ୍ଟିଆ ବଲାଙ୍ଗିର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ବିଧାୟକ ସରୋଜ ମେହେର ଭଗବାନ ପର୍ଶୁରାମଙ୍କୁ ଘୋର ଅସମ୍ମାନ କରିଥିବାରୁ ଏହି ଆନ୍ଦୋଳନ କରାଯାଇଛି । ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ପାଳନରେ ଜିଲ୍ଲାର ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି । ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ, ବେସରକାରୀ ପ୍ରତିଷ୍ଠାନ ସହ ଗାଡି ମଟର ଚଳାଚଳ ବନ୍ଦ ରହିଛି ।

ବଲାଙ୍ଗିର ସହ ପାଟଣାଗଡ, ଟିଟିଲାଗଡ ଓ କଣ୍ଟାବାଞ୍ଜିରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ବନ୍ଦକୁ କଂଗ୍ରେସ ଓ ବିଜେପି ସମର୍ଥନ ଜଣାଇଛି। ବ୍ରହ୍ମପୁରା ଛକରେ ପର୍ଶୁରାମଙ୍କ ଫଟୋକୁ ହଟାଇ ବିଜୁ ବାବୁଙ୍କ ମୂର୍ତ୍ତୀ ସ୍ଥାପନକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି । ସେ ଜାଗାରୁ ବିଜୁ ବାବୁଙ୍କ ମୂର୍ତ୍ତି ହଟାଇ ଭଗବାନ ପର୍ଶୁରାମଙ୍କ ଫଟୋ ପୁନଃ ସ୍ଥାପନ କରା ନଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ